୪୮ ଘଣ୍ଟା ଭିତରେ ପଲଟିଲା ସଂଖ୍ୟା! ମଜବୁତ ସ୍ଥିତିରେ ଗେହଲଟ କ୍ୟାମ୍ପ

ଜୟପୁର: ରାଜସ୍ଥାନ ରାଜନୀତିରେ ପୁଣି ବଦଳିଛି ସଂଖ୍ୟା ଚିତ୍ର। ସଚିନ ପାଇଲଟ କ୍ୟାମ୍ପର ତିନି ବିଧାୟକ ଏବେ ଗେହଲଟ କ୍ୟାମ୍ପକୁ ସମର୍ଥନ ଜଣାଉଥିବା ସୂଚନା ରହିଛି। ଏଥିସହ ବିଗତ ୪୮ ଘଣ୍ଟା ଭିତରେ ରାଜସ୍ଥାନ ରାଜନୀତିରେ ତିନୋଟି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ପାଇଲଟ କ୍ୟାମ୍ପର ବିଧାୟକଙ୍କୁ ଅଯୋଗ୍ୟ କରିବା ପାଇଁ ମାମଲା କୋର୍ଟରେ ଚାଲିଛି ଅନ୍ୟପଟେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିବାଦ ଯାହାକି ରାଜସ୍ଥାନ ରାଜନୀତିକୁ ରୋଚକ କରିଛି।

ବିଏସପି ବିଧାୟକ କଂଗ୍ରେସ ସହିତ ମିଶ୍ରଣ ପାଇଁ ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟରେ ସମାଧାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏହି ପଦରୁ ହଟାଇବାକୁ ଦାବି କରି ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ କରାଯାଇଛି। ଏହା ବ୍ୟତୀତ ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ୩ ଜଣ ବିଧାୟକ ଗେହଲଟ କ୍ୟାମ୍ପକୁ ଫେରିବାକୁ ଯାଉଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦାବି କରିଛନ୍ତି।

ରାଜସ୍ଥାନର ରାଜ୍ୟପାଳଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଆଡଭୋକେଟ୍ ଶାନ୍ତନୁ ପ୍ୟାରୀ ଏହି ପିଆଇଏଲ ଦାଖଲ କରିଛନ୍ତି। ରାଜ୍ୟପାଳ କାଲରାଜ ମିଶ୍ର ତାଙ୍କ ପଦବୀକୁ ଠିକ୍ ଭାବରେ ବ୍ୟବହାର କରୁ ନଥିବା ସେ ଦର୍ଶାଇଛନ୍ତି। ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଛନ୍ତି, କିନ୍ତୁ ରାଜ୍ୟପାଳ ଏହାକୁ ଅନୁମତି ଦେଇ ନାହାନ୍ତି ବୋଲି ଶାନ୍ତନୁ ପ୍ୟାରୀ ଆବେଦନରେ ଦର୍ଶାଇଛନ୍ତି।

ସଚିନ୍ ପାଇଲଟଙ୍କ ସହ ଥିବା ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ ଗେହଲଟ୍ କ୍ୟାମ୍ପକୁ ଫେରିବାକୁ ଚାହୁଁଛନ୍ତି। ଫେୟାରମାଉଣ୍ଟରେ କଂଗ୍ରେସ ବିଧାୟକମାନଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରଣଦୀପ ସୁରଜୱାଲା ଏହା କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୩ ଜଣ ବିଧାୟକ ଗେହଲଟଙ୍କ ସହ ଆସିବେ ବୋଲି ସେ କହିଛନ୍ତି। ହେଲେ କିଏ ଏହି ତିନି ବିଧାୟକ ଆଉ ଗେହଲଟ କ୍ୟାମ୍ପକୁ ସମର୍ଥନ କରୁଥିବାର ପ୍ରମାଣ ଦେଇ ନାହିଁ ସୁରଜେଓ୍ୱାଲା।

ସେହିପରି କଂଗ୍ରେସ ସହିତ ବିଏସପି ବିଧାୟକଙ୍କ ମିଶ୍ରଣ ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ ହୋଇଛି। ରାଜସ୍ଥାନ ହାଇକୋର୍ଟ ଏହି ଆବେଦନକୁ ଅମୂଳକ ବୋଲି କହି ଖାରଜ କରିଛନ୍ତି। ପୂର୍ବତନ ମନ୍ତ୍ରୀ ମଦନ ଦିଲୱାରଙ୍କ ଦ୍ୱାରା ଏହି ଆବେଦନ ଦାଖଲ ହୋଇଥିଲା।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦