ରାଜସ୍ଥାନରୁ ପାକିସ୍ତାନ ଗୁପ୍ତଚର ଗିରଫ

ଜୟପୁର: ରାଜସ୍ଥାନରେ ପାକିସ୍ତାନ ଗୁପ୍ତଚର ଓ ଆତଙ୍କୀ ନେଟୱାର୍କ ନେଇ ବଡ଼ ଖୁଲାସା ହୋଇଛି। ପାକିସ୍ତାନ ପାସପୋର୍ଟରେ ଭାରତ ଆସିଥିବା ଏଜେଣ୍ଟ ନନ୍ଦଲାଲ ମହାରାଜକୁ ଜୈସେଲମେରରୁ ଗିରଫ କରାଯିବା ପରେ ଏହି ଘଟଣା ପଦାକୁ ଆସିଛି। ତା’ ପାଖରୁ ଏକ ଡାଏରୀ, ମୋବାଇଲ ଓ ପାକିସ୍ତାନ ସିମ୍ କାର୍ଡ ଜବତ କରାଯାଇଛି। ପାକିସ୍ତାନୀ ଗୋଇନ୍ଦା ଏଜେନ୍ସି ନନ୍ଦଲାଲ ଆକାଉଣ୍ଟକୁ ଟଙ୍କା ଆସୁଥିବା ଏହି ଡାଏରୀରେ ଲେଖାଯାଇଛି। ଆତଙ୍କବାଦୀ ସଂଗଠନ ପାଇଁ କାମ କରିବା ବାବଦରେ ଆଇଏସଆଇ ନନ୍ଦଲାଲଙ୍କୁ […]

hindu_..

hindu_..

Rakesh Mallick
  • Published: Friday, 19 August 2016
  • Updated: 19 August 2016, 05:09 PM IST

Sports

Latest News

ଜୟପୁର: ରାଜସ୍ଥାନରେ ପାକିସ୍ତାନ ଗୁପ୍ତଚର ଓ ଆତଙ୍କୀ ନେଟୱାର୍କ ନେଇ ବଡ଼ ଖୁଲାସା ହୋଇଛି। ପାକିସ୍ତାନ ପାସପୋର୍ଟରେ ଭାରତ ଆସିଥିବା ଏଜେଣ୍ଟ ନନ୍ଦଲାଲ ମହାରାଜକୁ ଜୈସେଲମେରରୁ ଗିରଫ କରାଯିବା ପରେ ଏହି ଘଟଣା ପଦାକୁ ଆସିଛି। ତା’ ପାଖରୁ ଏକ ଡାଏରୀ, ମୋବାଇଲ ଓ ପାକିସ୍ତାନ ସିମ୍ କାର୍ଡ ଜବତ କରାଯାଇଛି। ପାକିସ୍ତାନୀ ଗୋଇନ୍ଦା ଏଜେନ୍ସି ନନ୍ଦଲାଲ ଆକାଉଣ୍ଟକୁ ଟଙ୍କା ଆସୁଥିବା ଏହି ଡାଏରୀରେ ଲେଖାଯାଇଛି। ଆତଙ୍କବାଦୀ ସଂଗଠନ ପାଇଁ କାମ କରିବା ବାବଦରେ ଆଇଏସଆଇ ନନ୍ଦଲାଲଙ୍କୁ ଟଙ୍କା ଦେଉଥିବା ମଧ୍ୟ ଜଣାପଡ଼ିଛି।

ଭାରତରେ ବିସ୍ପୋରଣ ଘଟାଇବା ଲାଗି ରାଜସ୍ତାନକୁ ଲାଗି ରହିଥିବା ପାକିସ୍ତାନ ସୀମା ପଟୁ ୩୫ କିଲୋ ଆରଡିଏକ୍ସ ଭାରତ ମଧ୍ୟକୁ ଆସି ସାରିଛି। ଏହି ସୂଚନା ଗୋଇନ୍ଦା ବିଭାଗ ପକ୍ଷରୁ  ଜଣାପଡ଼ିଛି।

ନନ୍ଦଲାଲଙ୍କ ପୂରା ପରିବାର ପାକିସ୍ତାନରେ ରହିଥାନ୍ତି। ସେ ପାକିସ୍ତାନର ଏକ ଟେକ୍ସଟାଇଲ ସୋରୁମରେ କାମ କରେ। ତା’ର ମାସିକ ଦରମା ୩୦୦୦ ଟଙ୍କା ଥିବା ଜଣାପଡ଼ିଛି।

ପଇସା ପାଇଁ ପାକିସ୍ତାନ ଗୁପ୍ତଚର ହୋଇ ଆସିଥିବା ନନ୍ଦଲାଲ ପୋଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos