ରାଜସ୍ଥାନ ବିବାଦ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ

ଜୟପୁର: ବେଶ ନୀରବତାର ସହ ରାଜସ୍ଥାନରେ ଚାଲିଥିବା ରାଜନୀତିକ ହଟଚମଟକୁ ଅନୁଧ୍ୟାନ କରୁଥିବା ବିଜେପି ଶେଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପାଇଲଟ ଓ ଗେହଲଟ କଳି ଯୋଗୁ କେଉଁଭଳି ଭାବେ ରାଜ୍ୟବାସୀ ସମସ୍ୟାରେ ପଡ଼ୁଛନ୍ତି ସେ ସମ୍ପର୍କରେ ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବସୁନ୍ଧରା ରାଜେ ପ୍ରତିକ୍ରିୟା ଦେଇଛନ୍ତି।

ଟ୍ୱିଟ କରି ରାଜେ କହିଛନ୍ତି, “କଂଗ୍ରେସ ମଧ୍ୟରେ ଚାଲଥିବା ବିବାଦ ଯୋଗୁ ରାଜସ୍ଥାନବାସୀ ସମସ୍ୟାରେ ପଡ଼ିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ସମୟରେ ମହାମାରୀ କରୋନା ରାଜ୍ୟରେ ୫ଶହରୁ ଅଧିକ ମୁଣ୍ଡ ନେଇ ସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ଡେଇଁଲାଣି।

ମହିଳା ବିରୋଧୀ ହିଂସା ରାଜ୍ୟରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ସମଗ୍ର ରାଜ୍ୟରେ ବିଜୁଳି ସମସ୍ୟା ଦେଖାଦେଇଛି। ପଙ୍ଗପାଳ ପଶି ଚାଷୀଙ୍କ ହେକ୍ଟର ହେକ୍ଟର ଫସଲ ଜମି ନଷ୍ଟ କରୁଥିବାରୁ ଚାଷୀ ହତାଶ ହୋଇପଡ଼ିଛି। ଏଭଳି ସ୍ଥିତିରେ କଂଗ୍ରେସ ମଧ୍ୟରେ ବିବାଦ ଚାଲିଛି।

କଂଗ୍ରେସ ଲୋକଙ୍କ କଥା ଚିନ୍ତା କରିବା ଦରକାର। କଂଗ୍ରେସ ମଧ୍ୟରେ ଚାଲିଥିବା କାଦୁଅ ଫିଙ୍ଗା ରାଜନୀତି ମଧ୍ୟକୁ ବିଜେପି କିମ୍ବା ବିଜେପିର କୌଣସି ନେତାଙ୍କୁ ଟଣା ନଯାଉ। କଂଗ୍ରେସ ସବୁ କଥା ଛାଡ଼ି ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଦରକାର।”

ଏହାପୂର୍ବରୁ ବିଜେପିର ସହଯୋଗୀ ହନୁମାନ ବେନିୱାଲ ଟ୍ୱିଟ କରି ବସୁନ୍ଧରା ରାଜେ କେମିତି ଅଶୋକ ଗେହଲଟ ସରକାରଙ୍କୁ ସମର୍ଥନ କରିବାକୁ ଚାହୁଁଥିଲେ ସେକଥାର ଖୁଲାସା କରିଥିଲେ। ଏହାକୁ ନେଇ ବିଜେପି ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏସବୁ ଭିତରେ ରାଜେ ଆଜି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ

ମିଳିଲା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ, ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ