ହଠାତ ବିଗିଡ଼ିଲା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ତାଙ୍କ ରକ୍ତ ଚାପ ସ୍ଥିର ହେବା […]

raa

raa

Hemant Lenka
  • Published: Friday, 25 December 2020
  • Updated: 25 December 2020, 01:51 PM IST

Sports

Latest News

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ତାଙ୍କ ରକ୍ତ ଚାପ ସ୍ଥିର ହେବା ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ତାଙ୍କ ଶରୀରରେ ଆଉ କୌଣସି ଲକ୍ଷଣ ନାହିଁ।

ହାଇଦ୍ରାବାଦରେ ରଣଜୀକାନ୍ତ ତାଙ୍କ ଆଗାମୀ ଫିଲ୍ମ Annaattheର ଶୁଟିଂ କରୁଥିଲେ। ଏହି ସମୟରେ ସେଟ୍‌ରେ ଥିବା ୮ ଜଣ କ୍ରୁ ସଦସ୍ୟ ଡିସେମ୍ବର ୨୩ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘଟଣା ପରେ ରଜନୀକାନ୍ତ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ।

ଏପରି କି ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଆଜି ହଠାତ୍‌ ତାଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos