ରାଜନୀତିକ ଦଳ ଗଢ଼ିବେ ରଜନୀକାନ୍ତ, ହେଲେ ମୁଖ୍ୟମନ୍ତ୍ରୀ ହେବେନି

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ପ୍ରବେଶ କରିବା ପାଇଁ ଘୋଷଣା କରିଥିବା ସୁପରଷ୍ଟାର ରଜନୀକାନ୍ତ ଖୁବଶୀଘ୍ର ନୂଆ ଦଳ ଗଠନ କରିବେ। ତେବେ ତାଙ୍କ ଦଳ ଲୋକଙ୍କ ଆସ୍ଥା ଭାଜନ କରି ସରକାର ଗଢ଼ିଲେ ବି ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ସେ କେବେ ହେଲେ ଇଚ୍ଛା କରିନାହାନ୍ତି ବୋଲି ଆଜି ରଜନୀକାନ୍ତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, କେବଳ ବିରୋଧୀ ଭୂମିକାରରେ ରହିବେ ଓ ରାଜନୀତିର ସଂଜ୍ଞା ବଦଳାଇବେ। ନିଜର ରାଜନୀତିକ କ୍ୟାରିୟର […]

ds

ds

Hemant Lenka
  • Published: Thursday, 12 March 2020
  • Updated: 12 March 2020, 04:42 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ପ୍ରବେଶ କରିବା ପାଇଁ ଘୋଷଣା କରିଥିବା ସୁପରଷ୍ଟାର ରଜନୀକାନ୍ତ ଖୁବଶୀଘ୍ର ନୂଆ ଦଳ ଗଠନ କରିବେ। ତେବେ ତାଙ୍କ ଦଳ ଲୋକଙ୍କ ଆସ୍ଥା ଭାଜନ କରି ସରକାର ଗଢ଼ିଲେ ବି ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ସେ କେବେ ହେଲେ ଇଚ୍ଛା କରିନାହାନ୍ତି ବୋଲି ଆଜି ରଜନୀକାନ୍ତ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, କେବଳ ବିରୋଧୀ ଭୂମିକାରରେ ରହିବେ ଓ ରାଜନୀତିର ସଂଜ୍ଞା ବଦଳାଇବେ। ନିଜର ରାଜନୀତିକ କ୍ୟାରିୟର ସମ୍ପର୍କରେ ଆଜି ରଜନୀକାନ୍ତ ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

ସେ ରାଜନୀତିରେ ପ୍ରବେଶ ପାଇଁ ସ୍ପଷ୍ଟ କରିଥିଲେ ହେଁ ନୂଆ ଦଳର ନାଁ କ’ଣ ରହିବ ସେ ସମ୍ପର୍କରେ କିଛି ବି କହିନାହାନ୍ତି। ରଜନୀକାନ୍ତ ଗଢ଼ୁଥିବା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ଆମେ କେବଳ ପରିବର୍ତ୍ତନ ପାଇଁ ଏକ ଅଭିଯାନ ଆରମ୍ଭ କରିବୁ। ମୁଁ କେବେ ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିନାହିଁ। ଆମେ ଆମ ଦଳର ଏମିତି ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବାଛିବୁ ଯିଏ ଦାୟିତ୍ୱ ନେବା ଓ ଅନ୍ୟକୁ ସମ୍ମାନ ଦେବାର କ୍ଷମତା ରଖିଥିବ।”

୨୦୧୭ ନୂଆ ବର୍ଷ ସମୟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବେ ବୋଲି ଘୋଷଣା କରିଥିଲେ। ତାମିଲନାଡୁରେ ସିନେମା ଓ ରାଜନୀତିକୁ ଲୋକେ ଅଧିକ ଗୁରୁତ୍ୱ ଦିଅନ୍ତି। ତେଣୁ ରଜନୀକାନ୍ତ ରାଜନୀତି କରିବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos