ଅପରାହ୍ଣ ୫ଟାରେ ଟିଭି ବିତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ନୂଆଦିଲ୍ଲୀ: କଂଗ୍ରେସକୁ ବହୁତ ବଡ଼ ଝଟକା ଲାଗିଛି। ଏକାଧିକ ଟିଭି ବିତର୍କରେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ତଥ୍ୟ ଉପସ୍ଥାପନ କରି ବିରୋଧୀଙ୍କୁ ଚୁପ କରାଇ ପାରୁଥିବା କଂଗ୍ରେସର ଜାତୀୟ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଗାଜିଆବାଦ ସ୍ଥିତି ବାସଭବନରେ ଥିବା ବେଳେ ଶ୍ରୀ ତ୍ୟାଗୀ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅପରାହ୍ନ ୫ଟାରେ ସେ ଜାତୀୟ ଗଣମାଧ୍ୟମ ଆଜତକ […]

dty

dty

Hemant Lenka
  • Published: Wednesday, 12 August 2020
  • Updated: 13 August 2020, 03:15 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସକୁ ବହୁତ ବଡ଼ ଝଟକା ଲାଗିଛି। ଏକାଧିକ ଟିଭି ବିତର୍କରେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ତଥ୍ୟ ଉପସ୍ଥାପନ କରି ବିରୋଧୀଙ୍କୁ ଚୁପ କରାଇ ପାରୁଥିବା କଂଗ୍ରେସର ଜାତୀୟ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି।

ଗାଜିଆବାଦ ସ୍ଥିତି ବାସଭବନରେ ଥିବା ବେଳେ ଶ୍ରୀ ତ୍ୟାଗୀ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଅପରାହ୍ନ ୫ଟାରେ ସେ ଜାତୀୟ ଗଣମାଧ୍ୟମ ଆଜତକ କାର୍ଯ୍ୟକ୍ରମରେ ଯୋଗଦେବ ବୋଲି ନିଜ ଫେସବୁକରେ ମଧ୍ୟ ପୋଷ୍ଟ କରିଥିଲେ। ଏହାପରେ ସେ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ବିତର୍କରେ ଭାଗ ନେଇଥିଲେ। ତେବେ ସନ୍ଧ୍ୟା ସମୟରେ ତାଙ୍କ ଦେହାନ୍ତ ଖବର ଆସିଛି। ସମ୍ବିତ ପାତ୍ର ଘଟଣାରେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ତାଙ୍କ ଅକସ୍ମାତ ବିୟୋଗରେ ପୂରା କଂଗ୍ରେସ ସ୍ତବ୍ଧ ହୋଇଯାଇଛି। ଦଳ ପକ୍ଷରୁ ଟ୍ୱିଟ ଯୋଗେ ଗଭୀର ଶୋକ ବ୍ୟକ୍ତ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜୀବ ତ୍ୟାଗୀଙ୍କ ଅକାଳ ବିୟୋଗରେ ଆମେ ସ୍ତବ୍ଧ ଓ ଦୁଃଖିତ। ସେ ଜଣେ ସଚ୍ଚା କଂଗ୍ରେସ ବ୍ୟକ୍ତି ଓ ଦେଶଭକ୍ତ ଥିଲେ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଶ୍ରୀ ତ୍ୟାଗୀଙ୍କ ପରିବାର ଓ ବନ୍ଧୁଙ୍କୁ ସମବେଦନା ଜଣାଉଛୁ।


ଗତବର୍ଷ ଅକ୍ଟୋବର ମାସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କୁ ଉତ୍ତର ପ୍ରଦେଶ ମିଡିଆ ଇନଚାର୍ଜ ଭାବେ ନିଯୁକ୍ତ କରିଥିଲେ। ଜାତୀୟ ମୁଖପାତ୍ର ଥିବା ଶ୍ରୀ ତ୍ୟାଗୀ ଦଳ ପାଇଁ ଏକାଧିକ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ସେ ମୁମ୍ବାଇର ମିଡିଆ ଦାୟିତ୍ୱ ତୁଲାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos