ରୋହିଙ୍ଗ୍ୟାଙ୍କୁ ଫେରାଇ ନେବାକୁ ମିଆଁମାର୍‌ ରାଜି, ରାଜନାଥ କହିଲେ ଆପତ୍ତି ଉଠାଇବାର ମାନେ କିଛି ନାହିଁ

ନୂଆଦିଲ୍ଲୀ: ଯେଉଁ ରୋହିଙ୍ଗ୍ୟା ମୁସଲମାନ ଭାରତରେ ଅଛନ୍ତି ସେମାନେ ଶରଣାର୍ଥୀ ନୁହଁନ୍ତି। ବେଆଇନ ଭାବେ ଏମାନେ ଭାରତରେ ପ୍ରବେଶ କରିଛନ୍ତି। ଏମାନଙ୍କୁ ପ୍ରତ୍ୟାପଣ କରାଯିବାକୁ ନେଇ ଉଠୁଥିବା ପ୍ରଶ୍ନ ନିରାଧାର। ମିଆଁମାର୍‌ ଏମାନଙ୍କୁ ଫେରାଇ ନେବାକୁ ଇଚ୍ଛା ପ୍ରକାଶ କରିଛି। ଏବେ ଏମାନଙ୍କ ପ୍ରତ୍ୟାପଣରେ ସମସ୍ୟା କେଉଁଠି ରହିଲା ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସେ ଆହୁରି କହିଛନ୍ତି, ଭାରତ ୟୁଏନ୍‌ ରିଫ୍ୟୁଜି କନ୍‌ଭେନସନ୍‌ରେ ସ୍ୱାକ୍ଷର କରିନାହିଁ। ଭାରତ ମଧ୍ୟରେ ଯେଉଁ ସମ୍ପଦ ରହିଛି, ଏହା ଉପରେ କେବଳ ଭାରତୀୟଙ୍କ ଅଧିକାର ଅଛି। ଅନ୍ୟମାନେ ମାନବାଧିକାର କଥା କହିବା ପୂର୍ବରୁ ନିଜ ମାନବାଧିକାର କଥା ଚିନ୍ତା କରନ୍ତୁ।

ସୂଚନାଯୋଗ୍ୟ ଗତ ସୋମବାର ରାଜନାଥ ରୋହିଙ୍ଗ୍ୟା ମୁସଲମାନଙ୍କୁ ଦେଶ ପାଇଁ ବିପଦ ବୋଲି କହିଥିଲେ।

ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାର୍‌ ଫେରାଇ ଦିଆଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯାହା ଏବେ ବିଚରାଧୀନ ଅଛି। ତେଣୁ ଯାହା ନିଷ୍ପତ୍ତି ନିଆଯିବା କଥା ତାହା ସୁପ୍ରିମକୋର୍ଟ ହିଁ ନେବେ।

ଆହୁରି ପଢ଼ନ୍ତୁ: କିଏ ଏହି ରୋହିଙ୍ଗ୍ୟା ମୁସଲମାନ : ରାଜନାଥ କହିଲେ ଏମାନେ ଦେଶ ପାଇଁ ବିପଦ

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍‌ ହାର କେତେ ଜାଣନ୍ତୁ

କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ, ଜାଣନ୍ତୁ କାରଣ

ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ମହମ୍ମଦ ଉସମାନ: ପାକ୍‌ ସେନା ମୁଖ୍ୟ ହେବାକୁ ମିଳିଥିଲା ଅଫର, କିନ୍ତୁ ଭାରତ ପାଇଁ ସହିଦ ହେଲେ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସଚିନ ପାଇଲଟ: ରାହୁଳଙ୍କ ଇସ୍ତଫା ପରଠୁଁ ମୋ ବିରୋଧରେ ମେଳି ଚାଲିଛି

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ