ଚାଇନା ସହ ବିବାଦ: ଏଲଏସି ସ୍ଥିତି ସମ୍ପର୍କରେ ଆମେରିକାକୁ ଜଣାଇଲା ଭାରତ

ନୂଆଦିଲ୍ଲୀ: ଲଦାଖ ଓ ଉତ୍ତର ସିକ୍କିମ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଛି। ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ୁଥିବାରୁ ସମସ୍ତଙ୍କ ନଜର ସୀମା ଉପରେ ରହିଛି। ଏସବୁ ଭିତରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫୋନ ଯୋଗେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଇସପେରଙ୍କ ସହ କଥା ହୋଇଛନ୍ତି।

ଏହି ସମୟରେ ଶ୍ରୀ ସିଂହ ଏଲଏସି ସ୍ଥିତି ସମ୍ପର୍କରେ ମାର୍କଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ରାଜନାଥ ଫୋନ ଯୋଗେ କହିଛନ୍ତି ଯେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଉଭୟ ଦେଶ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ହିଁ ସମାଧାନ କରିବେ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଉଭୟ ଦେଶ ପରସ୍ପରକୁ ସମ୍ମାନ କରନ୍ତି ଏବଂ ନିଜ ନିଜ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି।

ଏଥିସହ ଉଭୟ ରାଜନାଥ ଓ ମାର୍କ ଆଞ୍ଚଳିକ ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଆଗକୁ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ କିଣାବିକା ଜାରି ରହିବ। ଭାରତ ଓ ଆମେରିକା ମିଳିତ ଭାବେ ପରସ୍ପରର ବିକାଶ ପାଇଁ କାମ କରିବେ ବୋଲି ଫୋନ ଯୋଗେ ଉଭୟ ନେତା ଆଲୋଚନା କରିଛନ୍ତି।

ଚାଇନା ସହ ବିବାଦ ସୃଷ୍ଟି ହେବା ପରେ ଆମେରିକା ସହ ଭାରତ ପ୍ରଥମଥର ପାଇଁ କଥା ହୋଇଛି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ଭାରତ ଓ ଚାଇନା ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ

‘ବିଗବସ୍‌-୧୪’ରେ ରାଧେ ମା’

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି