ରୁଷ ଅଧିକାରୀ ହାତ ମିଳାଇବାକୁ ଚେଷ୍ଟା କଲେ, ରାଜନାଥ ନମସ୍କାର କଲେ

ମସ୍କୋ: ଶଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସସିଓ) ବୈଠକରେ ଯୋଗଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୁଷ ଗସ୍ତ କରିଛନ୍ତି। ରୁଷରେ ପହଞ୍ଚିବା ପରେ ରୁଷ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଶ୍ରୀ ସିଂହ କରୋନା ମହାମାରୀ ଭିତରେ ରୁଷ ଗସ୍ତ କରିଥିବାରୁ ହ୍ୟାଣ୍ଡଶେକ ବଦଳରେ ସମସ୍ତଙ୍କୁ ନମସ୍ତେ କରି ଶୁଭେଚ୍ଛା ଜଣାଇଛନ୍ତି।

ରୁଷରେ ଶ୍ରୀ ସିଂହ ପହଞ୍ଚିବା ପରେ ତାଙ୍କୁ କେମିତି ଶୁଭେଚ୍ଛା ଜଣାଯାଇଥିଲା, ତା’ର ଭିଡିଓ ସାମ୍ନାକୁ ଆସିଛି। ରୁଷର ଆର୍ମି ଅଫିସର ତାଙ୍କୁ ସ୍ୱାଗତ କରିବା ବେଳେ ରାଜନାଥ ସିଂହ ମଧ୍ୟ ତାଙ୍କୁ ହାତ ଯୋଡ଼ି ନମସ୍କାର କରିଥିଲେ। ମେଜର ଜେନେରାଲ Bukhteev Yury Nikolaevich ତାଙ୍କୁ ପ୍ରଥମେ ସ୍ୱାଗତ କରିବା ପରେ ଅନ୍ୟମାନଙ୍କ ସହ ପରିଚୟ କରାଇଥିଲେ।

ରାଜନାଥ ସିଂହ ସମସ୍ତଙ୍କୁ ହାତ ଯୋଡ଼ି ନମସ୍ତେ କରିଥିଲେ। ଏହି ସମୟରେ ରୁଷର ଜଣେ ଆର୍ମି ଅଫିସର ସ୍ୟାଲୁଟ ମାରିବା ସହ ହାତ ମିଳାଇବାକୁ ଚାହିଁଥିଲେ। ହେଲେ ରାଜନାଥ ହାତ ନ ମିଳାଇ ନମସ୍ତେ ହିଁ କରିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ