ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ତଥା ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆଶ୍ୱସ୍ତି ମିଳିଛି। ରାକେଶଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଏନ୍‌ଜିଓ କମନ୍‌ କଜ୍ ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଗୁଜରାଟର ଏକ ବେଆଇନ କମ୍ପାନୀରେ ଆୟକର ବିଭାଗର ରେଡ୍‌ ବେଳେ ଏକ ଡାଏରୀ ମିଳିଥିଲା। ଯେଉଁଥିରେ ସନ୍ଦେହଜନକ ଭାବେ ଅସ୍ଥାନାଙ୍କ ନାଁ ଉଲ୍ଲେଖ ଥିଲା।  ଯାହାକୁ ବର୍ତ୍ତମାନ ସୁଦ୍ଧା […]

rakesh_

rakesh_

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 02:17 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ତଥା ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆଶ୍ୱସ୍ତି ମିଳିଛି। ରାକେଶଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଏନ୍‌ଜିଓ କମନ୍‌ କଜ୍ ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ।

ଗୁଜରାଟର ଏକ ବେଆଇନ କମ୍ପାନୀରେ ଆୟକର ବିଭାଗର ରେଡ୍‌ ବେଳେ ଏକ ଡାଏରୀ ମିଳିଥିଲା। ଯେଉଁଥିରେ ସନ୍ଦେହଜନକ ଭାବେ ଅସ୍ଥାନାଙ୍କ ନାଁ ଉଲ୍ଲେଖ ଥିଲା।  ଯାହାକୁ ବର୍ତ୍ତମାନ ସୁଦ୍ଧା ତଦନ୍ତ କରୁଛି ସିବିଆଇ ଏବଂ ଇଡି। ଏପରି ପରିସ୍ଥିତିରେ କେନ୍ଦ୍ରର ଏହି ନିଯୁକ୍ତିକୁ ବିରୋଧ କରାଯାଇଥିଲା। ଗତ ସପ୍ତାହରେ କେନ୍ଦ୍ର ସରକାର ଆସ୍ଥାନାଙ୍କ ନିଯୁକ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲେ। ରାକେଶ ଆସ୍ଥାନା ପୂର୍ବରୁ ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos