ନେତାଜୀଙ୍କ ଉପରେ ଫିଲ୍ମ କରିବାକୁ ଯୋଜନା କରିଥିଲେ ରାମ ରହିମ, ନିଜେ ହୋଇଥାନ୍ତେ ସୁଭାଷ ବୋଷ

ଚଣ୍ଡିଗଡ଼: ଦୁଇ ଅନୁଗାମୀଙ୍କ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଗୁରୁମିତ୍‌ ରାମ ରହିମ ସିଂହଙ୍କ କଳା କାରନାମାର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାର ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାଙ୍କର ଲିଙ୍କ୍‌ ଥିବା ନେଇ କିଛି ରାଜ ପଦାକୁ ଆସିଛି। ଆସନ୍ତୁ ଜାଣିବା ସେ ବିଷୟରେ-ରାମ ରହିମ ମାୟାନଗରୀ ମୁମ୍ବାଇରେ ନିଜ ପାଦ ରଖିବାକୁ ଚାହୁଁଥିଲେ। ସେଥିପାଇଁ ତାଙ୍କର ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଘର ଥିଲା। ହରିଆଣା ନମ୍ବର ଥିବା କାରରେ ସେ ମୁମ୍ବାଇରେ ବୁଲୁଥିଲେ। ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାଙ୍କ ସଂପର୍କ ଥିଲା। ରାମ ରହିମ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଉପରେ ଫିଲ୍ମ କରିବାକୁ ଯୋଜନା ରଖିଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସୁଭାଷ ଚନ୍ଦ୍ରଙ୍କ ଉପରେ ଫିଲ୍ମ କରି ସେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ତାଙ୍କର ଲକ୍ଷ୍ୟ ଥିଲା। ପୂର୍ବରୁ ସେ ବଲିଉଡ୍ ଫିଲ୍ମ ‘ଏମ୍‌ଏସ୍‌ଜି: ଦ ୱାରିୟର ଲାୟନ ହାର୍ଟ’ କରି ସାରିଛନ୍ତି।

nram rahimନଭେମ୍ବରରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ କରିବାକୁ ଥିବା ଫିଲ୍ମର କାମ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ। ବଲିଉଡରେ କରିଥିବା ପ୍ରଥମ ଫିଲ୍ମ ଭଳି ସେ ଏଥିରେ ମଧ୍ୟ ନିଜେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥାନ୍ତେ। ଗୋଟିଏ ବର୍ଷ ଭିତରେ ଏହି ଫିଲ୍ମ ପରଦାକୁ ଆସିବ ବୋଲି ସେ ଲକ୍ଷ୍ୟ ରଖିଥିଲେ। କିନ୍ତୁ ରାମ ରହିମଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଫିଲ୍ମ କରିବାର ସ୍ୱପ୍ନ  ତାଙ୍କର ଅଧାରୁ ରହିଗଲା।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ହେବାକୁ ଥିବା ଫିଲ୍ମରେ ନିଜେ ରାମ ରହିମ ନେତାଜୀଙ୍କ ଭୂମିକାରେ ଅଭିନୟ କରିବାର ଥିଲା। ସେଥିପାଇଁ ନଭେମ୍ବରରେ କୋଲକତା ଯାଇ ଫିଲ୍ମ ସୁଟିଂ ଆରମ୍ଭ କରିବା ପାଇଁ  ସେ ଯୋଜନା ରଖିଥିଲେ। ଏହା ସହ ସେ ନେତାଜୀଙ୍କ ପରିବାର ଲୋକଙ୍କୁ ଭେଟି ନେତାଜୀଙ୍କ ଜୀବନଶୈଳୀ,ତାଙ୍କର ସଂଘର୍ଷମୟ ଜୀବନ ଓ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଯୋଜନା ରଖିଥିଲେ।

ରାମ ରହିମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ତାଙ୍କ ଉପରେ ଫିଲ୍ମ କରି  ସେ ନେତାଜୀଙ୍କ ଆଦର୍ଶ ସହ ଯୋଡି ହେବାକୁ ଚାହୁଁଥିଲେ। ଏହି ଫିଲ୍ମପାଇଁ ସେ ଟଲିଉଡର କିଛି ଷ୍ଟାରଙ୍କ ସହ ଆଲୋଚନା କରିଥିଲେ।  ନେତାଜୀଙ୍କ ଉପରେ ଫିଲ୍ମ ମାଧ୍ୟମରେ ରାମ ରହିମ ବଙ୍ଗଳା ଫିଲ୍ମ ଇଣ୍ଟଷ୍ଟ୍ରିରେ ପାଦ ରଖିବା ପାଇଁ ଚାହୁଁଥିଲେ।

ଆହୁରି ପଢ଼ନ୍ତୁ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!