ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିପୁଳ ସଂଖ୍ୟାରେ ଆର୍ଥିକ ସହାୟତା ମିଳିବାରେ ଲାଗିଛି। ଦେଶର ବହୁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଯାଏ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ  ଅର୍ଥ ଦାନ କରିବାରେ ଲାଗିଛନ୍ତି। ଇତି ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଇ […]

fe

fe

Hemant Lenka
  • Published: Sunday, 17 January 2021
  • Updated: 17 January 2021, 04:01 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିପୁଳ ସଂଖ୍ୟାରେ ଆର୍ଥିକ ସହାୟତା ମିଳିବାରେ ଲାଗିଛି। ଦେଶର ବହୁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଯାଏ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ  ଅର୍ଥ ଦାନ କରିବାରେ ଲାଗିଛନ୍ତି। ଇତି ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଇ ସାରିଲାଣି। ଆଜି ଏ ସମ୍ପର୍କରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତି ରାୟ ସୂଚନା ଦେଇଛନ୍ତି।

ଏଏନଆଇକୁ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି, ପ୍ରକୃତରେ କେତେ ଅର୍ଥ ମିଳିଲାଣି ତା’ର ତଥ୍ୟ ମୁଖ୍ୟାଳୟରେ ପହଞ୍ଚି ନାହିଁ। କିନ୍ତୁ ଆମ କାର୍ଯ୍ୟକର୍ତ୍ତାଙ୍କ ଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିସାରିଲାଣି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ସାରା ଦେଶରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଫେବୃଆରୀ ୧୫ ଯାଏ ଚାଲିବ। ଯେ କୌଣସି ଲୋକ ଏହି ସମୟରେ ନିଜ ଇଚ୍ଛା ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିପାରିବେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତିଆରି ହୋଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୦୦ ଟଙ୍କା ଦେବା ଉପରେ ସେ କହିଛନ୍ତି, ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା କରିବାରେ କିଛି ବି ଭୁଲ ନାହିଁ। ସେ ଜଣେ ଭାରତୀୟ। ଆଉ ଭାରତର ଆତ୍ମା ହେଉଛନ୍ତି ରାମ। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହାୟତା କରିପାରିବେ।

ଜାନୁଆରୀ ୧୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ୧୦୦ ଟଙ୍କାର ଗୋଟିଏ ଚେକ୍‌ ଦାନ କରିଥିଲେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସହ ସଭାପତି ଗୋବିନ୍ଦ ଦେବ ଗିରଜୀ ମହାରାଜ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ତାଙ୍କ ସହ ଭିଏଚପିର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷର ଆହୁଜା ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଠାରୁ ଚେକ୍‌ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story