ମନ୍ଦିର ପାଇଁ ଶିଳାନ୍ୟାସ କରିବା ପରେ ଦେଶବାସୀଙ୍କୁ କ’ଣ କହିଲେ ମୋଦି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟାରେ ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦବୋଧନ ଦେଇଛନ୍ତି। ଏହି ଐତିହାସିକ ଦିନରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେବା ପୂର୍ବରୁ ମୋଦି ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ କରିଥିଲେ। ଏହାପରେ ସେ କହିଥିଲେ ଯେ କୋଟିକୋଟି ଲୋକଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି। ଅନେକ ଲୋକ ନିଜକୁ ମଧ୍ୟ […]

ca

ca

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 02:10 PM IST

Sports

Latest News

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟାରେ ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦବୋଧନ ଦେଇଛନ୍ତି। ଏହି ଐତିହାସିକ ଦିନରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେବା ପୂର୍ବରୁ ମୋଦି ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ କରିଥିଲେ।

ଏହାପରେ ସେ କହିଥିଲେ ଯେ କୋଟିକୋଟି ଲୋକଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି। ଅନେକ ଲୋକ ନିଜକୁ ମଧ୍ୟ ଆଜି ବିଶ୍ୱାସ କରିପାରୁ ନଥିବେ। କାରଣ ସେମାନେ ତାଙ୍କ ଜୀବନଦଶାରେ ରାମ ମନ୍ଦିର ନିର୍ମାଣ ସତରେ ହେବାକୁ ଯାଉଛି ବୋଲି କେବେ ହେଲେ ପରିକଳ୍ପନା କରି ପାରି ନଥିଲେ।

ଆଜି ଦୀର୍ଘ ଦଶନ୍ଧି ଧରି ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏଠାରେ ଶୁଭୁଥିବା ଜୟ ଶ୍ରୀରାମ ନାରା ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। କେବଳ ଦେଶବାସୀ ନୁହନ୍ତି, ସମଗ୍ର ବିଶ୍ୱରେ ଥିବା ଭାରତୀୟ ଓ ରାମ ଭକ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।

ଯେଉଁମାନଙ୍କ ପାଇଁ ଆଜି ଏହା ସମ୍ଭବ ହୋଇଛି ସେମାନଙ୍କୁ ମୁଁ ଦେଶର ୧୨୦ କୋଟି ଲୋକଙ୍କ ପକ୍ଷରୁ ଶତଶତ ପ୍ରଣାମ କରୁଛି। ଆଜି ଜୟ ଶ୍ରୀରାମ ନାରା କେବଳ ଭଗବାନ ରାମଙ୍କ ସହରରେ ଶୁଣିବାକୁ ମିଳୁନାହିଁ ବରଂ ସମଗ୍ର ବିଶ୍ୱରେ ଏହି ନାରା ପ୍ରକମ୍ପିତ ହେଉଛି।

ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟବାଦର ଭାବକୁ ଦର୍ଶାଇବ। ଆଜି ଇତିହାସ ସୃଷ୍ଟି ହୋଇନାହିଁ। ଇତିହାସର ପୁନରାବୃତ୍ତି ହୋଇଛି। ମନ୍ଦିର ଖୋଲିଲେ ଅଯୋଧ୍ୟାରେ ଅର୍ଥନୀତିକ କାରବାର ବୃଦ୍ଧି ହେବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମନ୍ଦିର ନିର୍ମାଣ ପରେ ଏହି ଅଞ୍ଚଳର ଅର୍ଥନୀତି ସଂପୂର୍ଣ୍ଣ ବଦଳି ଯିବ।

ଆଜି ପୂରା ଭାରତ ରାମମୟ ହୋଇଯାଇଛି। ରାମ ମନ୍ଦିର ନିର୍ମାଣ ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପିଢ଼ି ପରେ ପିଢ଼ି ଏକନିଷ୍ଠ ଚେଷ୍ଟା କରି ଚାଲିଥିଲେ। ଏହି ମନ୍ଦିର ଆଗାମୀ ପିଢ଼ିକୁ ଆସ୍ଥା, ଶ୍ରଦ୍ଧା ଓ ସଂକଳ୍ପର ପ୍ରେରଣା ଯୋଗାଇବ। ଜୀବନରେ ଏମିତି କିଛି ମୁହୂର୍ତ୍ତ ନାହିଁ, ଯେଉଁଠି ରାମ ଆମ ପାଖରେ ପ୍ରେରଣା ହୋଇ ଛିଡ଼ା ହୋଇନାହାନ୍ତି।

କନ୍ୟାକୁମାରୀ ଠାରୁ କେଶିରୀଭବାନୀ, କୋଟେଶ୍ୱର ଠାରୁ କାମାକ୍ଷା, ଜଗନ୍ନାଥଙ୍କ ଠାରୁ କେଦାରନାଥ, ସୋମନାଥ ଠାରୁ କାଶୀ ବିଶ୍ୱନାଥଙ୍କ ଯାଏ ଆଜି ରାମ ମୟ ହୋଯାଇଛି। ଭାଙ୍ଗିବା ଓ ଗଢ଼ିବା ବ୍ୟତୀକ୍ରମରୁ ଆଜି ରାମ ଜନ୍ମ ଭୂମି ମୁକ୍ତି ପାଇଛି। ପୂରା ଦୁନିଆରୁ ଲୋକା ଏଠାକୁ ଆସିବେ।

ରାମ ସମସ୍ତଙ୍କର ଓ ସମସ୍ତଙ୍କ ଠାରେ ରହିଛନ୍ତି। ଅସ୍ଥିତ୍ୱ ହରାଇ ଦେବାକୁ ଅନେକ ଚେଷ୍ଟା ହୋଇଛି, ତଥାପି ରାମ ରହିଛନ୍ତି। ରାମ ଆମ ହୃଦୟରେ ଓ ସଂସ୍କୃତିରେ ସର୍ବଦା ରହି ଆସିଛନ୍ତି ଏବଂ ରହିବେ। ସାରା ବିଶ୍ୱରେ ଶ୍ରୀରାମଙ୍କ ବଳି ନୀତିବାନ ଶାସକ ଆଉ କେହି ହୋଇପାରିବେ ନାହିଁ। ରାମ ମନ୍ଦିର ନିର୍ମାଣ ଆମ ଦେଶର ଏକତାକୁ ଦର୍ଶାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story