ପରାଜୟ ସ୍ୱୀକାର କରି ଇସ୍ତଫା ଦେଲେ ରମଣ ସିଂହ

ରାୟପୁର: ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେଣୁ ୨୦୦୩ରୁ ଛତିଶଗଡ଼ର ଶାସନ ଡୋର ଧରିଥିବା ବିଜେପି ନେତା ତଥା ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂହ ଚୂଡ଼ାନ୍ତ ଫଳାଫଳ ଘୋଷଣା ଆଗରୁ ନିଜର ପରାଜୟ ସ୍ୱୀକାର କରିଛନ୍ତି ଓ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ଜନମତକୁ ସ୍ୱୀକାର କରିବା ସହ ପରାଜୟ ପାଇଁ ନିଜେ […]

y

y

Hemant Lenka
  • Published: Tuesday, 11 December 2018
  • Updated: 11 December 2018, 06:08 PM IST

Sports

Latest News

ରାୟପୁର: ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେଣୁ ୨୦୦୩ରୁ ଛତିଶଗଡ଼ର ଶାସନ ଡୋର ଧରିଥିବା ବିଜେପି ନେତା ତଥା ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂହ ଚୂଡ଼ାନ୍ତ ଫଳାଫଳ ଘୋଷଣା ଆଗରୁ ନିଜର ପରାଜୟ ସ୍ୱୀକାର କରିଛନ୍ତି ଓ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ଜନମତକୁ ସ୍ୱୀକାର କରିବା ସହ ପରାଜୟ ପାଇଁ ନିଜେ ଦାୟୀ ବୋଲି କହିଛନ୍ତି।

ରମଣ ସିଂହ ରାଜନନ୍ଦଗାଓଁରୁ ନିର୍ବାଚନ ଲଢ଼ୁଥିଲେ। ଏଠାରେ ସେ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି। ତେବେ ରମଣ ସିଂହ କ୍ରମାଗତ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସଫଳ ହୋଇନାହିଁ।

୨୦୧୩ରେ ରମଣ ସିଂହଙ୍କ ଦଳ ବିଜେପି ୪୯ଟି, କଂଗ୍ରେସ ୩୯, ଅନ୍ୟାନ୍ୟ ୧ ଓ ବିଏସ୍‌ପି ୧ଟି ଆସନ ପାଇଥିଲା।

ଛତିଶଗଡ଼ରେ ୯୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୪୬।

ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇ ନଥିବା ବେଳେ ସ୍ଥିତି କ’ଣ ରହିଛି ନିମ୍ନରେ ଦେଖି ନିଅନ୍ତୁ।

ଛତିଶଗଡ଼(୨୦୧୮)
୯୦ ଆସନ, ମ୍ୟାଜିକ୍‌ ନମ୍ବର ୪୬
ବିଜେପି- ୧ (ଜିତିଛି) ୧୭(ଆଗୁଆ)
କଂଗ୍ରେସ-୦ (ଜିତିଛି), ୬୩ (ଆଗୁଆ)
ଅନ୍ୟାନ୍ୟ- ୦(ଜିତିଛି), ୯ (ଆଗୁଆ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos