କାୟା ବିସ୍ତାର କରୁଛି ଲଭ୍‌ ଜେହାଦ

ଭୁବନେଶ୍ୱର: ଲଭ୍‌ ଜେହାଦ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଉଁଛି। କେରଳର ଚର୍ଚ୍ଚିତ ଲଭ୍‌ ଜେହାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଏବେ ରାଞ୍ଚିରୁ ଆସିଛି ଏପରି ଅଭିଯୋଗ। ଏହି ମାମଲାରେ ଯୁବତୀ ଶାରୀରିକ ଶୋଷଣର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ବାପା ଏନେଇ ନାମକୁମ ଥାନାରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ପରିବାର ଲୋକେ ଅଭିଯୁକ୍ତ ଟାର୍ଜନ ହୁସେନ ଓରଫ ଏମ୍ମି ହୁସେନର ଗିରଫଦାରୀ ଦାବିରେ ଥାନାରେ ହଙ୍ଗାମା […]

love jihad

love jihad

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 08:37 AM IST

Sports

Latest News

ଭୁବନେଶ୍ୱର: ଲଭ୍‌ ଜେହାଦ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଉଁଛି। କେରଳର ଚର୍ଚ୍ଚିତ ଲଭ୍‌ ଜେହାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଏବେ ରାଞ୍ଚିରୁ ଆସିଛି ଏପରି ଅଭିଯୋଗ। ଏହି ମାମଲାରେ ଯୁବତୀ ଶାରୀରିକ ଶୋଷଣର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ବାପା ଏନେଇ ନାମକୁମ ଥାନାରେ ଅଭିଯୋଗ କରିଛନ୍ତି।

ପୀଡିତାଙ୍କ ପରିବାର ଲୋକେ ଅଭିଯୁକ୍ତ ଟାର୍ଜନ ହୁସେନ ଓରଫ ଏମ୍ମି ହୁସେନର ଗିରଫଦାରୀ ଦାବିରେ ଥାନାରେ ହଙ୍ଗାମା କରିଛନ୍ତି। ଏହାସହ ଥାନା ଅଧିକାରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି।

ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଓ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକ ହିନ୍ଦିପିଡି ଅଞ୍ଚଳର ବୋଲି ଜଣାପଡିଛି।

ପୋଲିସ କହିଛି, ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭିଏଚ୍‌ପି ଦେଲା ୨୪ ଘଣ୍ଟାର ଡେଡଲାଇନ୍‌

ଅନ୍ୟପକ୍ଷରେ ଏହି ଘଟଣା ରାଜନୈତିକ ରୂପ ନେବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାକୁ ଭିଏଚ୍‌ପି ଦାବି କରିଛି। ଡେଡଲାଇନ୍‌ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଭିଏଚ୍‌ପି ଚେତାବନୀ ଦେଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ରାଞ୍ଚିରେ ଏପରି ଲଭ୍‌ ଜେହାଦ ମାମଲା ପଦାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos