ବେଲ୍‌ରେ ଆସି ପୀଡ଼ିତା ଓ ମା’ଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିଦେଲା ଦୁଷ୍କର୍ମ ଅଭିଯୁକ୍ତ

କାସଗଞ୍ଜ: ଉତ୍ତର ପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀ ଓ ତାଙ୍କ ମା’ଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇ ଜାମିନରେ ଖଲାସ ହୋଇଥିବା ଅଭିଯୁକ୍ତ ଜଣଙ୍କ ହିଁ ଏଭଳି କାଣ୍ଡ ଭିଆଇଛି। ଅଭିଯୁକ୍ତ ଯଶବୀରକୁ ପୁଲିସ୍‌ ଘଟଣାର ପରଦିନ ଗିରଫ କରିଛି ଓ ତା’ ନାଁରେ ଏବେ ହତ୍ୟା ମାମଲା ଯୋଡ଼ା ଯାଇଛି।

ବୁଧବାର ଦିନ ପୀଡ଼ିତା ଓ ତାଙ୍କ ମା’ ମାର୍କେଟରୁ ଘରକୁ ଫେରୁଥିବା ବେଳେ କାସଗଞ୍ଜର ଆମପୁର ଠାରେ ଏହି ଘଟଣା ଘଟିଛି। କିଛି ବର୍ଷ ତଳେ ଟଙ୍କାକାରବାରକୁ କେନ୍ଦ୍ର କରି ଯଶବୀର ଓ ପୀଡ଼ିତାଙ୍କ ପରିବାର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଯଶବୀରର ବାପା ମହାବୀରଙ୍କ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ବାପା ଓ ଦାଦା ଗିରଫ ହୋଇଥିଲେ।

ବାପା ଜେଲରେ ଥିବା ବେଳେ ପୀଡ଼ିତା ଓ ତାଙ୍କ ମା’ ଯଶବୀରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାକୁ କେନ୍ଦ୍ର କରି ଯଶବୀର ଗିରଫ ହୋଇଥିଲା। ତେବେ କିଛି ଦିନ ତଳେ ସେ ଜାମିନରେ ଛାଡ଼ ପାଇଥିଲା। ଜାମିନରେ ଖଲାସ ହେବା ପରେ ବାପାଙ୍କ ମୃତ୍ୟୁର ବଦଲା ନେବା ପାଇଁ ଯଶବୀର ମା’ ଓ ଝିଅଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଥିଲା। ତେବେ ପୁଲିସ୍‌ ତା’କୁ ଗୁରୁବାର ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ