ସୋଶାଲ ମିଡିଆରେ ‘ଦୁଷ୍କର୍ମ କେମିତି ହୁଏ’ ପୋଷ୍ଟ, ସ୍ତବ୍ଧ ହେଲା ପୂରା ଦେଶ

କୋଲକାତା: ପୁଣିଥରେ କାଠଗଡ଼ାରେ ଫେସବୁକ୍‌। ଫେସବୁକ୍‌ରେ କେହି ଦୁର୍ବୃତ୍ତ ଦୁଷ୍କର୍ମ କେମିତି କରାଯାଏ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ବଙ୍ଗାଳୀ ଭାଷାରେ ପୋଷ୍ଟ କରିଛି। କୋଲକାତାରେ ଏହି ପୋଷ୍ଟକୁ କିଛି ଲୋକ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇବାରୁ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗ ଯାଞ୍ଚ ଆରମ୍ଭ କରିଛି। ସୋଶାଲ ମିଡିଆରେ ଏହା ଭାଇରାଲ ହେଉଥିବାରୁ ଏହାକୁ ଅନେକ ବିରୋଧ କରିଛନ୍ତି। ମହିଳା ଅଧିକାରୀ ପାଇଁ […]

h

h

Hemant Lenka
  • Published: Saturday, 10 October 2020
  • Updated: 10 October 2020, 03:30 PM IST

କୋଲକାତା: ପୁଣିଥରେ କାଠଗଡ଼ାରେ ଫେସବୁକ୍‌। ଫେସବୁକ୍‌ରେ କେହି ଦୁର୍ବୃତ୍ତ ଦୁଷ୍କର୍ମ କେମିତି କରାଯାଏ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ବଙ୍ଗାଳୀ ଭାଷାରେ ପୋଷ୍ଟ କରିଛି। କୋଲକାତାରେ ଏହି ପୋଷ୍ଟକୁ କିଛି ଲୋକ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇବାରୁ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗ ଯାଞ୍ଚ ଆରମ୍ଭ କରିଛି। ସୋଶାଲ ମିଡିଆରେ ଏହା ଭାଇରାଲ ହେଉଥିବାରୁ ଏହାକୁ ଅନେକ ବିରୋଧ କରିଛନ୍ତି। ମହିଳା ଅଧିକାରୀ ପାଇଁ ଲଢ଼େଇ କରୁଥିବା ପି ସିହ୍ନା ଦେବବର୍ମନ ହିଁ ପ୍ରଥମେ କୋଲକାତା ପୁଲିସ୍‌ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଏହି ପୋଷ୍ଟଟି ଦେଶ ବାହାରୁ ହୋଇଛି। ତେଣୁ ପୁଲିସ୍‌ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଇଛି। ଏହି ଘଟଣା ଉପରେ ପୁଲିସ୍‌ ଫେସବୁକକୁ ମଧ୍ୟ ଚିଠି ଲେଖିବ। ସାଇବର ବିଶେଷଜ୍ଞ ବିଭାସ ଚାଟାର୍ଜୀ କହିଛନ୍ତି, “ପୁଲିସ୍‌ ଏଭଳି ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଅବଶ୍ୟ ଏଠାରେ ଦୁଷ୍କର୍ମ ହୋଇନାହିଁ। କିନ୍ତୁ ଦୁଷ୍କର୍ମ ପାଇଁ ଉସକା ଯାଇଛି।

ଦୁଷ୍କର୍ମ ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ପ୍ରଚାର କରିବାକୁ କହିବା ଏକ ବିକୃତ ମାନସିକତାକୁ ସୂଚାଉଛି। ଦୁର୍ବୃତ୍ତଙ୍କ ବିରୋଧରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଧାରା ୬୭ ଓ ୬୭ଏ ଲାଗୁ କରାଯାଇ ସେମାନଙ୍କୁ ଗିରଫ କରାଯାଇପାରିବ। ପ୍ରାଥମିକ ତଦନ୍ତରୁ ଏହି ପୋଷ୍ଟଟି ବାଂଲାଦେଶରୁ ହୋଇଥିବା ଜଣାପଡ଼ିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ବୁଝାମଣା ଭିତ୍ତିରେ ଦୁର୍ବୃତ୍ତଙ୍କୁ ଧରାଯାଇ ପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos