୮ ମାସର ଗର୍ଭକୁ ପେଟରେ ଧରି ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଦୁଷ୍କର୍ମର ଶିକାର ନାବାଳିକା; ଏବେ ଆଖିରେ ଖୁସିର ଲୁହ

ମାଙ୍ଗାଲୋର: ସେ ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ନଥିଲେ। କାରଣ ସେ ପାଇଥିଲେ ଗଭୀର ମାନସିକ ଧକ୍କା। ତାଙ୍କ ବାପା ହିଁ ତାଙ୍କୁ ଦୁଷ୍କର୍ମ କରିଥିଲେ। ଫଳସ୍ୱରୂପ ସେ ଗର୍ଭବତୀ ହୋଇଥିଲେ। ତଥାପି ନିଜକୁ ଦୃଢ଼ କରିଥିଲେ ଓ ପରୀକ୍ଷାରେ ବସିଥିଲେ। ଆଉ ପରୀକ୍ଷା ଫଳ ବାହାରିବା ପରେ ସେ ବହୁତ ଖୁସି ହୋଇଛନ୍ତି। କାରଣ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ସଫଳତା ତାଙ୍କୁ ଜୀବନ ଜିଇଁବାକୁ ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ଏ […]

112

112

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 07:54 PM IST

Sports

Latest News

ମାଙ୍ଗାଲୋର: ସେ ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ନଥିଲେ। କାରଣ ସେ ପାଇଥିଲେ ଗଭୀର ମାନସିକ ଧକ୍କା। ତାଙ୍କ ବାପା ହିଁ ତାଙ୍କୁ ଦୁଷ୍କର୍ମ କରିଥିଲେ। ଫଳସ୍ୱରୂପ ସେ ଗର୍ଭବତୀ ହୋଇଥିଲେ। ତଥାପି ନିଜକୁ ଦୃଢ଼ କରିଥିଲେ ଓ ପରୀକ୍ଷାରେ ବସିଥିଲେ। ଆଉ ପରୀକ୍ଷା ଫଳ ବାହାରିବା ପରେ ସେ ବହୁତ ଖୁସି ହୋଇଛନ୍ତି। କାରଣ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ସଫଳତା ତାଙ୍କୁ ଜୀବନ ଜିଇଁବାକୁ ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି।

ଏ କାହାଣୀ ହେଉଛି କର୍ଣ୍ଣାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟା ଛାତ୍ରୀଙ୍କର। ସେ ଏଥର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଲା ବେଳକୁ ତାଙ୍କ ପେଟରେ ଥିବା ଛୁଆକୁ ହୋଇଥିଲା ଆଠ ମାସ। ପରୀକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ବିଶେଷ ବନ୍ଦୋବସ୍ତ କରାଯାଇଥିଲା। ତେବେ ସେ ପରୀକ୍ଷା ଦେବା ଏତେ ସହଜ ନଥିଲା। କାରଣ ସେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିପାରୁ ନଥିଲେ। ତେବେ ଶିଶୁ ମଙ୍ଗଳ ସମିତି, ଶିକ୍ଷା ବିଭାଗ ଓ ପୋଲିସ୍‌ର ମିଳିତ ଚେଷ୍ଟା ତାଙ୍କୁ ପ୍ରେରଣା ଯୋଗାଇଥିଲା। ତାଙ୍କ ପାଇଁ ଜଣେ କାଉନ୍‌ସିଲରଙ୍କୁ ବି ନିଯୁକ୍ତ କରାଯାଇଛି। ଧୀରେ ଧୀରେ ସେ ମାନସିକ ଚିନ୍ତାରୁ ବାହାରି ପାଠପଢ଼ାରେ ଧ୍ୟାନ ଦେଇଥିଲେ ଓ ଏବେ ସଫଳତାର ସହିତ ପରୀକ୍ଷାରେ ପାସ୍ କରିଛନ୍ତି।

ଡାକ୍ତରଖାନା ଆସିବାରୁ ଧରାପଡ଼ିଲା ସବୁ କଥା

ଏ ଝିଅକୁ ତାଙ୍କ ମା’ ଏକ ସରକାରୀ ଡାକ୍ତରଖାନାକୁ ଧରି ଯାଇଥିଲେ ଏବଂ ତାଙ୍କର ଗର୍ଭପାତ କରାଇ ଦେବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ସେତେବେଳକୁ ତାଙ୍କ ପେଟରେ ବଢୁଥିବା ଛୁଆକୁ ଛଅମାସ ହୋଇ ସାରିଥିଲା। ପଚରାଉଚରା ବେଳେ ଡାକ୍ତର ଜାଣିବାକୁ ପାଇଲେ ଯେ ଝିଅଟିକୁ ଦୁଷ୍କର୍ମ କରାଯାଇଛି। ସେ ସଙ୍ଗେ ସଙ୍ଗେ ପୋଲିସ୍‌କୁ ଏ ସଂପର୍କରେ ଜଣାଇଥିଲେ ଏବଂ ଏକ ଏତଲା ମଧ୍ୟ ଦାଏର କରିଥିଲେ।

ଆଉ ଦୁଇ ସପ୍ତାହ ପରେ ପ୍ରସବ କରିବେ

ଗର୍ଭବତୀ ଥିବା ଏହି ଛାତ୍ରୀ ଜଣଙ୍କ ଆଉ ପ୍ରାୟ ଦୁଇ ସପ୍ତାହ ପରେ ତାଙ୍କ ସନ୍ତାନକୁ ଜନ୍ମ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos