ପାକିସ୍ତାନରେ ବୁଦ୍ଧଙ୍କ ୧୭ ଶହ ବର୍ଷ ପୁରୁଣା ଓ ବିରଳ ପ୍ରତିମୂର୍ତ୍ତି ମାଟିରେ ମିଶିଲା

ପେଶାୱର: ପାକିସ୍ତାନର ନର୍ଥୱେଷ୍ଟ ଖାୟବର-ପାଖତୁନଖ୍ୱା ଠାରେ ଥିବା ବୁଦ୍ଧ ଦେବଙ୍କ ବିରିଳ ପ୍ରତିମୂର୍ତ୍ତିକୁ ନିର୍ମାଣ ଶ୍ରମିକମାନେ ହାତୁଡ଼ାରେ ପିଟି ଖଣ୍ଡଖଣ୍ଡ କରିଦେଇଛନ୍ତି। ଏହି ପ୍ରତିମୂର୍ତ୍ତିଟି ୧୭ ଶହ ବର୍ଷର ପୁରୁଣା ଓ ଏହା ଗାନ୍ଧରା ସଭ୍ୟତା ସମୟର ବୋଲି ଜଣାପଡ଼ିଛି।

ସ୍ଥାନୀୟ ମୌଲବୀଙ୍କ ନିର୍ଦ୍ଦେଶକ୍ରମରେ ଏହାକୁ ଭଙ୍ଗା ଯାଇଥିବା ଜଣାପଡ଼ିଛି। ମରଦାନ ଜିଲ୍ଲା ଅନ୍ତର୍ଗତ ତାକତା ଭାଇ ତହସିଲ ଅଧୀନରେ ଥିବା ଗୋଟିଏ ଚାଷ ଜମିକୁ ଖୋଳା ଯାଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଜଣେ ଶ୍ରମିକ ପ୍ରତିମୂର୍ତ୍ତିଟିକୁ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଭଙ୍ଗାରୁଜା ଘଟଣା ଦେଖୁଥିବା ବେଳେ ଆଉ କିଛି ଲୋକ ଏହାର ଶୁଟିଂ କରିବାରେ ଲାଗିଛନ୍ତି। ଶହ

ଖାୟବର-ପାଖତୁନଖ୍ୱାର ସଂଗ୍ରହାଳୟର ନିର୍ଦ୍ଦେଶକ ଅବଦୁସ ସାମଦା ଖାନ କହିଛନ୍ତି, ପ୍ରତିମୂର୍ତ୍ତିର ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଅଂଶକୁ ଆମେ ସଂଗ୍ରହ କରିଛୁ। ଏହା ଏକ ବିରଳ ପ୍ରତିମୂର୍ତ୍ତି ଥିଲା। ଯାହାକୁ ଏବେ ଆମେ ହରାଇ ଦେଇଛୁ। ଏହା ଗାନ୍ଧରା ସଭ୍ୟତାରେ ନିର୍ମାଣ ହୋଇଥିଲା। ପ୍ରାୟ ୧୭ ଶହ ବର୍ଷ ଧରି ପ୍ରତିମୂର୍ତ୍ତିଟି ଏଠାରେ ଥିଲା।

ପୁଲିସ୍‌ ଏବେ ପୂରା ଅଞ୍ଚଳକୁ କର୍ଡନ କରିଦେଇଛି। ଏହାକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ

ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

‘ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ’