ହିଂସା ପରେ ଆନ୍ଦୋଳନରୁ ଓହରିଗଲେ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଚାଷୀ ସଂଗଠନ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ ଏଥରୁ ଓହରି ଯାଇଛନ୍ତି। ଅନ୍ୟ ଚାଷୀ ସଂଗଠନଗୁଡ଼ିକ ଭଳି ଏମାନେ ମଧ୍ୟ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରୁଥିଲେ। ଉଭୟ ସଂଗଠନ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡକୁ ତୀବ୍ର ବିରୋଧ କରିଛନ୍ତି। ଏଭଳି ଢଙ୍ଗରେ […]

c

c

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 05:47 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଚାଷୀ ସଂଗଠନ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ ଏଥରୁ ଓହରି ଯାଇଛନ୍ତି। ଅନ୍ୟ ଚାଷୀ ସଂଗଠନଗୁଡ଼ିକ ଭଳି ଏମାନେ ମଧ୍ୟ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରୁଥିଲେ।

ଉଭୟ ସଂଗଠନ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡକୁ ତୀବ୍ର ବିରୋଧ କରିଛନ୍ତି। ଏଭଳି ଢଙ୍ଗରେ ଆନ୍ଦୋଳନକୁ ଜାରି ରଖିବା ସମ୍ଭବ ପର ନୁହେଁ ବୋଲି ସେମାନେ କହିଛନ୍ତି।

ଅଲ ଇଣ୍ଡିଆନ କିଷାନ ସଂଘର୍ଷ କୋର୍ଡିନେସନ କମିଟି(ଏଆଇକେଏସସିସି) ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ଭିଏମ ସିଂହ କହିଛନ୍ତି, ତତ୍କାଳ ଭାବେ ଆମ ସଂଗଠନ ଚାଷୀ ଆନ୍ଦୋଳନରୁ ଓହିରି ଯାଉଛି। କାରଣ ଆନ୍ଦୋଳନ ପାଇଁ ଆପଣା ଯାଇଥିବା ମାର୍ଗ ଗ୍ରହଣୀୟ ନୁହେଁ। ଆମେ ଆନ୍ଦୋଳନକୁ ବନ୍ଦ କରୁଛୁ ସତ, କିନ୍ତୁ ଚାଷୀଙ୍କ ଅଧିକାର ପାଇଁ ଆମ ସଂଘର୍ଷ ଜାରି ରହିବ।

ଗତକାଲିର ଘଟଣା ସହ ଆମ ସଂଗଠନର କୌଣସି ଭୂମିକା ନାହିଁ। ଆମେ ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆସି ନଥିଲୁ। ଆମେ ଟ୍ରାକ୍ଟର ରାଲିକୁ ସମର୍ଥନ କରିଥିଲୁ। ହେଲେ ଗତକାଲି ଯାହା ଘଟିଲା, ତାହା ଆଦୌ ଆମ ପକ୍ଷେ ଗ୍ରହଣ କରିବା ସହଜ ନୁହେଁ।

ଭାରତୀୟ କିଷାନ ୟୁନିୟନର ରାକେଶ ଟିକାଇତ ଆମକୁ ଆଖୁ ଚାଷୀଙ୍କ ସମସ୍ୟା କଥା କେବେ କହି ନଥିଲେ। ସେ ସରକାରଙ୍କ ସହ ବୈଠକ ବେଳେ ଆଖୁ ଚାଷୀ ଭୋଗୁଥିବା କଷ୍ଟ କଥା ବି ଉଠାଇ ନଥିଲେ। ରାକେଶ ହିଁ ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କୁ ଅଲଗା ରୁଟ୍‌ରେ ଯିବାକୁ ଚାପ ପକାଇଥିଲେ। ଯେଉଁ ଚାଷୀମାନେ ଅଲଗା ରୁଟ୍‌ରେ ନ ଯିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଧମକ ଦେଇଥିଲେ। ଆମେ ଏମଏସପି ପାଇଁ ଏଠାକୁ ଆସିଛୁ, ହିଂସାକାଣ୍ଡ ଘଟାଇବାକୁ ନୁହେଁ।  ଯେଉଁମାନେ ଭିନ୍ନ ଆଭିମୁଖ୍ୟ ନେଇ ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ସହ ଆଗକୁ ଯିବା ମୋ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ସେମାନଙ୍କୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ତେବେ ଭିଏମ ସିଂହ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆଜିଠାରୁ ଆନ୍ଦୋଳନାରୁ ଓହରି ଯାଉଛି ବୋଲି ସେ କହିଛନ୍ତି। ଆନ୍ଦୋଳନରୁ ଓହରିବା ନିଷ୍ପତ୍ତି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର। ଏଥିରେ ଅଲ ଇଣ୍ଡିଆନ କିଷାନ ସଂଘର୍ଷ କୋର୍ଡିନେସନ କମିଟିର କୌଣସି ଭୂମିକା ନାହିଁ।

ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ଏହି ନିଷ୍ପତ୍ତି ପରେ ଭାରତୀୟ କିଷାନ ୟୁନିୟନ ମଧ୍ୟ ଦୀର୍ଘ ୨ ମାସ ଧରି ୩ଟି ଯାକ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରୁଥିବା ଘୋଷଣା କରିଛି। ଦିଲ୍ଲୀ-ଉତ୍ତର ପ୍ରଦେଶ ଚିଲ୍ଲା ସୀମାରେ ଭାରତୀୟ କିଷାନ ୟୁନିୟନର ସଭାପତି ଭାନୁ ପ୍ରତାପ ସିଂହ କହିଛନ୍ତି, ଦିଲ୍ଲୀରେ ଗତକାଲି ଯାହା ଘଟିଲା, ତାହା ବେଶ ଯନ୍ତ୍ରଣା ଦାୟକ। ଏହାକୁ ଦୃଷ୍ଟିରେ ରଖି ଆମେ କୃଷି ଆଇନ ବିରୋଧରେ ଚଳାଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରୁଛୁ।

ଏହି ଦୁଇ ସଂଗଠନ ଆନ୍ଦୋଳନରୁ ଓହରିଥିଲେ ହେଁ ଅନ୍ୟମାନେ ପୂର୍ବଭଳି ଆନ୍ଦୋଳନ ଜାରି ରଖିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story