ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଚାପୁଡ଼ା ମାରିଲା ପୋଲିସ, ଜାଣନ୍ତୁ କାରଣ କ’ଣ?

ଜାମନଗର: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀବା ସୋଲଙ୍କୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁଜରାଟର ଜାମନଗରଠାର ରୀବାଙ୍କ କାର୍‌ ଜଣେ ପୋଲିସ କର୍ମୀଙ୍କ ବାଇକ୍‌ରେ ଧକ୍କା ହୋବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏଥିରେ ରାଗିଯାଇ ପୋଲିସ କର୍ମୀ ରୀବାଙ୍କୁ ଚାପୁଡ଼ା ମାରିଥିଲେ। ସୂଚନାଯୋଗ୍ୟ,ଗତକାଲି ସନ୍ଧ୍ୟାରେ ରୀବା ବିଏମଡବ୍ଲ୍ୟୁ କାର୍‌ରେ ଡ୍ରାଇଭ୍‌ କରି ସରୁ ସେକ୍ସନ ରୋଡରେ ଯାଉଥିବା ବେଳେ ସଞ୍ଜୟ ଅହିରା ନାମକ ପୋଲିସ୍‌ କର୍ମଚାରୀଙ୍କ ବାଇକ୍‌ରେ ତାଙ୍କ କାର୍‌ […]

jaddu

jaddu

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 08:01 AM IST

Sports

Latest News

ଜାମନଗର: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀବା ସୋଲଙ୍କୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁଜରାଟର ଜାମନଗରଠାର ରୀବାଙ୍କ କାର୍‌ ଜଣେ ପୋଲିସ କର୍ମୀଙ୍କ ବାଇକ୍‌ରେ ଧକ୍କା ହୋବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏଥିରେ ରାଗିଯାଇ ପୋଲିସ କର୍ମୀ ରୀବାଙ୍କୁ ଚାପୁଡ଼ା ମାରିଥିଲେ।

ସୂଚନାଯୋଗ୍ୟ,ଗତକାଲି ସନ୍ଧ୍ୟାରେ ରୀବା ବିଏମଡବ୍ଲ୍ୟୁ କାର୍‌ରେ ଡ୍ରାଇଭ୍‌ କରି ସରୁ ସେକ୍ସନ ରୋଡରେ ଯାଉଥିବା ବେଳେ ସଞ୍ଜୟ ଅହିରା ନାମକ ପୋଲିସ୍‌ କର୍ମଚାରୀଙ୍କ ବାଇକ୍‌ରେ ତାଙ୍କ କାର୍‌ ଧକ୍କା ହୋଇଥିଲା। ଏହାପରେ ଉଭୟ ପକ୍ଷକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଅହିରା ରୀବାଙ୍କୁ ଚାପୁଡ଼ା ମାରିଥିଲେ। ଏହିସମୟରେ ରୀବାଙ୍କ କାର୍‌ରେ ଜଣେ ଛୋଟ ଛୁଆ ମଧ୍ୟ ଥିଲା।

ଏହି ଘଟଣା ପରେ ରୀବା ଜାମନଗର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ଏ ବିଷୟରେ ଅଭିଯୋଗ କରିଥିଲେ। ସଙ୍ଗେ ସଙ୍ଗେ ଜିଲ୍ଲା ପୋଲିସ ଅଧୀକ୍ଷକ ଏ ବିଷୟରେ ତତ୍ପରତା ପ୍ରକାଶ କରି ଘଟଣାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ପୋଲିସ୍ ଅଧୀକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos