ଜଳୁଛି ଉତ୍ତର ଭାରତ, ଚୁରୁରେ ୫୦.୩ ଓ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲେ ହେଁ ଦିଲ୍ଲୀ କିମ୍ବା ଉତ୍ତର ଭାରତର ଲୋକମାନେ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତି ପାରି ନାହାନ୍ତି। ସେହିପରି ପୂର୍ବ ଭାରତରେ ତାତି କମିଥିଲେ ହେଁ ଓଡ଼ିଶା ଭଳି କିଛି ରାଜ୍ୟରେ ଅସହ୍ୟ ତାତି ଓ ପ୍ରଚଣ୍ଡ ଗୁଳିଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଜି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଆଜି ଦିଲ୍ଲୀରେ ପାରଦ ୪୮ ଡିଗ୍ରୀ ଛୁଇଁଛି। ଦିଲ୍ଲୀର ପାଲାମ […]

das

Hemant Lenka
  • Published: Monday, 10 June 2019
  • , Updated: 10 June 2019, 09:09 PM IST

ନୂଆଦିଲ୍ଲୀ: ଭାରତରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲେ ହେଁ ଦିଲ୍ଲୀ କିମ୍ବା ଉତ୍ତର ଭାରତର ଲୋକମାନେ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତି ପାରି ନାହାନ୍ତି। ସେହିପରି ପୂର୍ବ ଭାରତରେ ତାତି କମିଥିଲେ ହେଁ ଓଡ଼ିଶା ଭଳି କିଛି ରାଜ୍ୟରେ ଅସହ୍ୟ ତାତି ଓ ପ୍ରଚଣ୍ଡ ଗୁଳିଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

ଆଜି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଆଜି ଦିଲ୍ଲୀରେ ପାରଦ ୪୮ ଡିଗ୍ରୀ ଛୁଇଁଛି। ଦିଲ୍ଲୀର ପାଲାମ ଅଞ୍ଚଳରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିଲା। ପାଲାମ ଠାରୁ ୧୪ କିମି ଦୂର ସଫଦରଜଙ୍ଗରେ ପାରଦ ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ଚୁରୁ ପୁଣି ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଆଜି ପାରଦ ୫୦.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀର ପାଲାମରେ ୨୦୧୪ ମସିହା ଜୁନ୍‌ ୯ରେ ସର୍ବୋଚ୍ଚ ତାପମାତ୍ରା ୪୭.୮ ଡିଗ୍ରୀ ରହିଥିଲା। କିନ୍ତୁ ଆଜିର ତାତି ଏହି ରେକର୍ଡ ଭାଙ୍ଗି ଦେଇଛି। ତେବେ ଦିଲ୍ଲୀରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୪୮.୪ ଡିଗ୍ରୀ ରହିଛି। ୧୯୯୮ ମେ’ ୨୬ରେ ଏଭଳି ଉଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା।

ଆଜି ଦିଲ୍ଲୀରେ ତାପମାତ୍ରା ଅଧିକ ରହିଥିଲେ ହେଁ ଆସନ୍ତାକାଲି ରାତିରୁ ପାଗରେ ପରବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତାକାଲି ରାତିରେ ଦିଲ୍ଲୀରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯଦି ବର୍ଷା ହୁଏ, ତା’ହେଲେ ତାପମାତ୍ରା ହ୍ରାସ ପାଇବ । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ପାଣିପାଗ ବିଜ୍ଞାନୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି, “ଆଜି ଦିଲ୍ଲୀରେ ତାପମାତ୍ରା ଅଧିକ ରହିବ ବୋଲି ଆମେ ପୂର୍ବରୁ ରେଡ ଆଲର୍ଟ ଜାରି କରିଥିଲୁ। ଦିଲ୍ଲୀବାସୀଙ୍କୁ ୧୨ ଜୁନ୍‌ ପରେ ହିଁ ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ। ଆସନ୍ତାକାଲି ମଧ୍ୟ ଏଭଳି ପାଗ ଲାଗି ରହିବ।”

Related story