ପ୍ରଖ୍ୟାତ କାର୍‌ ଡିଜାଇନର ଦିଲୀପ ଛାବ୍ରିଆ ଠକେଇ ମାମଲାରେ ଗିରଫ

ମୁମ୍ବାଇ: ପ୍ରଖ୍ୟାତ କାର୍‌ ଡିଜାଇନର ତଥା କାର୍ ମୋଡିଫିକେସନ୍ ଷ୍ଟୁଡିଓ DCର ପ୍ରତିଷ୍ଠାତା ଦିଲୀପ ଛାବ୍ରିଆଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କୁ ଗୋଟିଏ ଠକେଇ ମାମଲାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ଠକେଇ ମାମଲାରେ ଆହୁରି ଅନେକ ଅଭିଯୁକ୍ତ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଘଟଣାରେ ପୁଲିସ୍‌ ଗୋଟିଏ ଦାମୀ କାର୍‌କୁ ଜବତ କରିଛି। ବର୍ତ୍ତମାନ କାର୍‌ଟି ମୁମ୍ବାଇ ପୁଲିସ୍‌ର ମୁଖ୍ୟାଳୟ ଭିତରେ ପାର୍କ ହୋଇଛି।କେଉଁ ଠକେଇ ମାମଲାରେ ଛାବ୍ରିଆଙ୍କୁ ଗିରଫ କରାଗଲା ପୁଲିସ୍‌ […]

fc

fc

Hemant Lenka
  • Published: Monday, 28 December 2020
  • Updated: 28 December 2020, 10:06 PM IST

Sports

Latest News

ମୁମ୍ବାଇ: ପ୍ରଖ୍ୟାତ କାର୍‌ ଡିଜାଇନର ତଥା କାର୍ ମୋଡିଫିକେସନ୍ ଷ୍ଟୁଡିଓ DCର ପ୍ରତିଷ୍ଠାତା ଦିଲୀପ ଛାବ୍ରିଆଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କୁ ଗୋଟିଏ ଠକେଇ ମାମଲାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ଠକେଇ ମାମଲାରେ ଆହୁରି ଅନେକ ଅଭିଯୁକ୍ତ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଘଟଣାରେ ପୁଲିସ୍‌ ଗୋଟିଏ ଦାମୀ କାର୍‌କୁ ଜବତ କରିଛି। ବର୍ତ୍ତମାନ କାର୍‌ଟି ମୁମ୍ବାଇ ପୁଲିସ୍‌ର ମୁଖ୍ୟାଳୟ ଭିତରେ ପାର୍କ ହୋଇଛି।କେଉଁ ଠକେଇ ମାମଲାରେ ଛାବ୍ରିଆଙ୍କୁ ଗିରଫ କରାଗଲା ପୁଲିସ୍‌ ଏଯାଏ କହିନାହିଁ। କୁହାଯାଉଛି ଯେ ଆସନ୍ତାକାଲି ପୁଲିସ୍‌ ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍‌ ପୂରା ଘଟଣା ଉପରକୁ ପର୍ଦ୍ଦା ହଟାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos