ଚାଲିଗଲେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ସତ୍ୟ ପଲ୍
ନୂଆଦିଲ୍ଲୀ: ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ଓ ନିଜର ପରିଶ୍ରମ ବଳରେ ଫ୍ୟାଶନ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସତ୍ୟ ପଲ୍ଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ କୋଏମ୍ବାଟୁର ସ୍ଥିତ ଈଶା ଯୋଗ କେନ୍ଦ୍ରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ସତ୍ୟ ପଲଙ୍କ ପୁଅ ପୁନୀତ ନନ୍ଦ ଓ ଈଶା ଯୋଗ କେନ୍ଦ୍ରର ପ୍ରତିଷ୍ଠାତା ସଦଗୁରୁ ସୋଶାଲ ମିଡିଆରେ ସତ୍ୟ ପଲଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ପୁନୀତ ଫେସବୁକରେ କହିଛନ୍ତି ଯେ ଡିସେମ୍ବର ୨ରେ ସତ୍ୟ ପଲ ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ରହିବା ସମୟରେ ସେ ଧୀରେଧୀରେ ସୁସ୍ଥ ହୋଇଥିଲେ। ତେବେ ସତ୍ୟ ପଲଙ୍କ ଅନୁରୋଧକ୍ରମେ ତାଙ୍କୁ ଡାକ୍ତରମାନେ ଈଶା ଯୋଗ କେନ୍ଦ୍ରକୁ ପଠାଇ ଦେଇଥିଲେ। ୨୦୧୫ଠାରୁ ଏହି ଯୋଗ କେନ୍ଦ୍ର ହିଁ ତାଙ୍କ ଘର ରହିଥିଲା। ଏଠାରେ ରହିବା ସମୟରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
#SatyaPaul, a shining example of what it means to live with immeasurable passion and unrelenting involvement. The distinct vision you brought to the Indian #fashion industry is a beautiful tribute to this. A privilege to have had you amongst us. Condolences & Blessings. -Sg pic.twitter.com/DNMZ0DXvOf
— Sadhguru (@SadhguruJV) January 7, 2021
ସତ୍ୟ ପଲଙ୍କ ନାଁରେ ଗୋଟିଏ ଫ୍ୟାଶନ ବ୍ୟାଣ୍ଡ ମଧ୍ୟ ରହିଛି। ଆଜି ଏହି ବ୍ରାଣ୍ଡ ପକ୍ଷରୁ ଇନଷ୍ଟାଗ୍ରାରେ ସତ୍ୟ ପଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୬୦ ଦଶକରେ ସେ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଭାରତୀୟ ହ୍ୟାଣ୍ଡଲୁମ ପ୍ରଡକ୍ଟକୁ ୟୁରୋପ ଓ ଆମେରିକା ପଠାଇଥିଲେ।
୧୯୮୦ରେ ସେ ନିଜ ପୁଅଙ୍କ ସହ ମିଶି ଭାରତରେ ପ୍ରଥମ ଥର ପାଇଁ ଶାଢ଼ି ବଟିକ୍ ଖୋଲିଥିଲେ। ୧୯୮୬ରେ ସେ eponymous fashion କପଡ଼ା ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ। ସତ୍ୟ ପଲ ଶାଢ଼ି, ସ୍କାର୍ଫ, ଷ୍ଟୋଲ, ସାଲ, ବ୍ୟାଗ, କପଡ଼ା, ଟାଇ ଓ ୱାଲେଟ ଭଳି ସାମଗ୍ରୀ ତିଆରି କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।