ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରେ ରନ୍‌ ଫର୍‌ ରିଓ ମାରାଥନ୍‌ର ଶୁଭାରମ୍ଭ କରିବା ଅବସରରେ ମୋଦି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ  ମୋଦି କହିଥିଲେ,“ରିଓ  ଅଲିମ୍ପିକ୍ ଯାଇଥିବା ୧୧୯ ଜଣ ଭାରତୀୟ ଖେଳାଳିଙ୍କୁ ମୁଁ ଶୁଭକାମନା ଜଣାଉଛି। ସେମାନଙ୍କ ସହ ୧୨୫ କୋଟି ଭାରତୀୟ ଜନତାଙ୍କ ଶୁଭକାମନା ରହିଛି। ରିଓ ଅଲିମ୍ପିକ୍ସରେ ବିଜୟ ହୋଇ ଆମ ଖେଳାଳିମାନେ ବିଶ୍ୱର ହୃଦୟ ଜିତିବେ। ଆସନ୍ତା […]

modi

modi

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 03:07 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରେ ରନ୍‌ ଫର୍‌ ରିଓ ମାରାଥନ୍‌ର ଶୁଭାରମ୍ଭ କରିବା ଅବସରରେ ମୋଦି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ  ମୋଦି କହିଥିଲେ,“ରିଓ  ଅଲିମ୍ପିକ୍ ଯାଇଥିବା ୧୧୯ ଜଣ ଭାରତୀୟ ଖେଳାଳିଙ୍କୁ ମୁଁ ଶୁଭକାମନା ଜଣାଉଛି। ସେମାନଙ୍କ ସହ ୧୨୫ କୋଟି ଭାରତୀୟ ଜନତାଙ୍କ ଶୁଭକାମନା ରହିଛି। ରିଓ ଅଲିମ୍ପିକ୍ସରେ ବିଜୟ ହୋଇ ଆମ ଖେଳାଳିମାନେ ବିଶ୍ୱର ହୃଦୟ ଜିତିବେ। ଆସନ୍ତା ଥର ଟୋକିଓ ଅଲିମ୍ପିକ୍‌କୁ  ଦୁଇ ଶହ ଖେଳାଳି ପଠାଯିବ।’”

ଭାରତୀୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସକାଳେ ମେଜର  ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରୁ ମାରାଥନ୍‌ ଶୁଭାରମ୍ଭ କରାଯାଇଥିଲା। ପ୍ରାୟ ୨୦ ହଜାର ସ୍କୁଲ ପିଲା ଏଥିରେ ଭାଗ ନେଇଥିଲେ।

ଅଗଷ୍ଟ ୫ ତାରିଖରେ  ରିଓ ଅଲମ୍ପିକ୍ସ ଆରମ୍ଭ ହେଉଛି।  ଚଳିତ ଥର ସର୍ବାଧିକ ଭାରତୀୟ ଆଥଲେଟ୍‌ ଏଥିରେ ଭାଗ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos