ଅକ୍ଟୋବର ୨୦ ଯାଏ ଜେଲରେ ରହିବେ ରିୟା ଓ ଭାଇ ସୌଭିକ

ନୂଆଦିଲ୍ଲୀ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆସନ୍ତା ୨୦ ତାରିଖ ଯାଏ ଜେଲରେ ରହିବେ। ରିୟାଙ୍କ ସହ ତାଙ୍କ ଭାଇ ସୌଭିକଙ୍କ ଜେଲ୍‌ ରହଣୀର ଅବଧିକୁ କୋର୍ଟ ୨୦ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟ ଆଜି ମାମଲାର ଶୁଣାଣି କରି ଉଭୟଙ୍କ ହାଜତ ମିଆଦ ଅବଧିକୁ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଜାମିନ ପାଇଁ ରିୟା ଓ ସୌଭିକ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆସନ୍ତାକାଲି […]

v

v

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 03:18 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆସନ୍ତା ୨୦ ତାରିଖ ଯାଏ ଜେଲରେ ରହିବେ। ରିୟାଙ୍କ ସହ ତାଙ୍କ ଭାଇ ସୌଭିକଙ୍କ ଜେଲ୍‌ ରହଣୀର ଅବଧିକୁ କୋର୍ଟ ୨୦ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟ ଆଜି ମାମଲାର ଶୁଣାଣି କରି ଉଭୟଙ୍କ ହାଜତ ମିଆଦ ଅବଧିକୁ ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷରେ ଜାମିନ ପାଇଁ ରିୟା ଓ ସୌଭିକ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ହେବ। ଯଦି ଉଭୟଙ୍କୁ ଜାମିନ ମିଳିଯାଏ, ତା’ହେଲେ ସେମାନେ ଜେଲରୁ ମୁକୁଳି ପାରିବେ। ନଚେତ୍‌ ୨୦ ତାରିଖ ଯାଏ ସେମାନଙ୍କୁ ଜେଲରେ ରହିବାକୁ ପଡ଼ିବ।

ପୂର୍ବରୁ ମଧ୍ୟ ଏନଡିପିଏସ୍‌ କୋର୍ଟ ରିୟା ଓ ସୌଭିକଙ୍କ ହାଜତ ମିଆଦ ଅବଧିକୁ ବୃଦ୍ଧି କରିଥିଲେ। ଗତଥର ଏହି ଅବଧି ବୃଦ୍ଧି କରାଯିବା ପରେ ଏନସିବି ଜେଲ୍‌କୁ ଯାଇ ଡ୍ରଗ୍ସ କାରବାର ସମ୍ପର୍କରେ ସୌଭିକଙ୍କ ବୟାନ ରେକର୍ଡ କରିଥିଲା। ଡ୍ରଗ୍ସ ଲିଙ୍କରେ ଏନସିବି ରିୟାଙ୍କୁ ଲଗାତର ୩ ଦିନ ଧରି ଜେରା କରିବା ପରେ ସେପ୍ଟେମ୍ବର ୯ ସନ୍ଧ୍ୟାରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos