ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା। ହେଲେ ଏବେ ରିୟା ଚକ୍ରବର୍ତ୍ତୀ ସିଧା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ଅର୍ଥାତ ଜୁଲାଇ ୧୪ରେ ରିୟା ବେଶ ଭାବବିହ୍ୱଳ ପୋଷ୍ଟ କରିଥିଲେ। ଏହାପରେ ସେ ଏବେ ଶ୍ରୀ ଶାହଙ୍କୁ ପୂରା ଘଟଣାର ସିବିଆଇ ତଦନ୍ତ କରିବାକୁ […]

df

df

Hemant Lenka
  • Published: Thursday, 16 July 2020
  • Updated: 16 July 2020, 05:22 PM IST

Sports

Latest News

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା। ହେଲେ ଏବେ ରିୟା ଚକ୍ରବର୍ତ୍ତୀ ସିଧା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ଅର୍ଥାତ ଜୁଲାଇ ୧୪ରେ ରିୟା ବେଶ ଭାବବିହ୍ୱଳ ପୋଷ୍ଟ କରିଥିଲେ। ଏହାପରେ ସେ ଏବେ ଶ୍ରୀ ଶାହଙ୍କୁ ପୂରା ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ଏହାପୂର୍ବରୁ ଅନେକ ରାଜନେତା ଓ ସାମାଜିକ କର୍ମୀ ବି ସୁଶାନ୍ତଙ୍କ ଅକସ୍ମାତ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ।

ରିୟା ଟ୍ୱିଟ ଯୋଗେ ଶାହଙ୍କୁ ସିବିଆଇ ତଦନ୍ତ ପାଇଁ ଦାବି କରି ଲେଖିଛନ୍ତି ଯେ “ସମ୍ମାନୀୟ ଅମିତ ଶାହ ସାର, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଇତି ମଧ୍ୟରେ ତାଙ୍କ(ସୁଶାନ୍ତ) ମୃତ୍ୟୁକୁ ମାସେ ପୂରିଗଲାଣି। ମୋର ସରକାରଙ୍କ ଉପରେ ପୂରା ଭରସା ରହିଛି।

କିନ୍ତୁ ନ୍ୟାୟ ପାଇଁ ଆପଣ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ମୁଁ କେବଳ ଜାଣିବାକୁ ଚାହୁଁଛି ଯେ ଏମିତି କେଉଁ ଚାପରେ ସୁଶାନ୍ତ ଥିଲେ ଯେ ସେ ଏତେ ବଡ଼ ପଦକ୍ଷେକ୍ଷ ନେଲେ।”

କେବଳ ଟ୍ୱିଟର ନୁହେଁ, ଇନଷ୍ଟାଗ୍ରାମରେ ବି ରିୟା ସମାନ ପୋଷ୍ଟ କରିଛନ୍ତି। ହେଲେ ଏଥିରେ ସୁଶାନ୍ତଙ୍କର ଏକ ସୁନ୍ଦର ଫଟୋ ଦେଇଛନ୍ତି।
ରିୟାଙ୍କ ପୂର୍ବରୁ ରାଜନେତା ପପୁ ଯାଦବ ଓ ସାଂସଦ ସୁବ୍ରମଣିୟନ ସ୍ୱାମୀ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଥିଲେ।


ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାନ୍ଦ୍ର ସ୍ଥିତ ବାସଭବନରୁ ମିଳିଥିଲା। ଏହାପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ବାନ୍ଦ୍ରା ପୁଲିସ ଆତ୍ମହତ୍ୟାର କାରଣ ଖୋଜୁ ଥିବା ବେଳେ ରିୟାଙ୍କ ସମେତ ଅନେକ ଫିଲ୍ମ ନିର୍ମାତାଙ୍କ ବୟାନ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos