ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପୁଣି ଏକ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘଟଣାର ପ୍ରମୁଖ ଅଭିଯୁକ୍ତ ଭାବେ ଚିତ୍ରିତ ହେବାରେ ଲାଗିଛନ୍ତି। ଏପରି କି ତାଙ୍କୁ ବିହାର ପୁଲିସ୍‌ ଡିଜି ଫେରାର ମଧ୍ୟ ଦର୍ଶାଇବାକୁ ପଛାଇ ନାହାନ୍ତି। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ରିୟାଙ୍କ ଓକିଲ ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରିୟା କୌଣସି ପ୍ରକାରର ଫେରାର ହୋଇନାହାନ୍ତି ଓ ତାଙ୍କୁ ବିହାର ପୁଲିସ୍‌ ହାଜର […]

ua

ua

Hemant Lenka
  • Published: Monday, 03 August 2020
  • Updated: 03 August 2020, 07:16 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପୁଣି ଏକ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘଟଣାର ପ୍ରମୁଖ ଅଭିଯୁକ୍ତ ଭାବେ ଚିତ୍ରିତ ହେବାରେ ଲାଗିଛନ୍ତି। ଏପରି କି ତାଙ୍କୁ ବିହାର ପୁଲିସ୍‌ ଡିଜି ଫେରାର ମଧ୍ୟ ଦର୍ଶାଇବାକୁ ପଛାଇ ନାହାନ୍ତି। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ରିୟାଙ୍କ ଓକିଲ ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରିୟା କୌଣସି ପ୍ରକାରର ଫେରାର ହୋଇନାହାନ୍ତି ଓ ତାଙ୍କୁ ବିହାର ପୁଲିସ୍‌ ହାଜର ହେବା ପାଇଁ ସମନ କରି ନାହିଁ।

ରିୟାଙ୍କ ଓକିଲ ସତୀଶ ମାନିସିନ୍ଧେ ଆହୁରି କହିଛନ୍ତି, ରିୟାଙ୍କ ବୟାନ ମୁମ୍ବାଇ ପୁଲିସ୍‌ ରେକର୍ଡ କରି ସାରିଛି। ସେ ପୁଲିସ୍‌କୁ ସବୁ ପ୍ରକାରର ସହଯୋଗ କରୁଛନ୍ତି ଓ ତାଙ୍କୁ ଯେତେବେଳେ ବି ଡକା ଯିବ ସେ ହାଜାର ହେବାକୁ ପ୍ରସ୍ତୁତ ରହିଛନ୍ତି। ଏଯାଏ ବିହାର ପୁଲିସ୍‌ ପକ୍ଷରୁ ତାଙ୍କ ପାଖକୁ କୌଣସି ନୋଟିସ କିମ୍ବା ସମନ କରାଯାଇ ନାହିଁ। ଏଭଳି ସ୍ଥିତିରେ ତାଙ୍କୁ ମିସିଂ ବୋଲି କହିବା ଠିକ ନୁହେଁ।

ସେହିପରି ବିହାର ପୁଲିସ୍‌ର ତଦନ୍ତ କରିବାର କୌଣସି ଅଧିକାର ନାହିଁ। କାରଣ ଯାହା ବି ଘଟଣା ଘଟିଛି ମୁମ୍ବାଇରେ ହିଁ ଘଟିଛି। ତେଣୁ ମୁମ୍ବାଇରେ ହିଁ ଏହାର ତଦନ୍ତ ହେବ ବୋଲି ସେ କହିଛନ୍ତି।

ସୁଶାନ୍ତଙ୍କ ବାପା କେକେ ସିଂହ ପାଟନା ପୁଲିସ୍‌ ନିକଟରେ ଏକ ଏତଲା ଦାଏର କରିଥିଲେ। ଏଥିରେ ସେ ରିୟାଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଥିଲେ। ବିହାର ପୁଲିସ୍‌ର ଏକ ଟିମ ମୁମ୍ବାଇରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ହେଲେ ରିୟା ମାମଲାର ତଦନ୍ତ କାର୍ଯ୍ୟ ମୁମ୍ବାଇକୁ ବଦଳି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos