ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନିର୍ଦ୍ଦେଶ: ମୁହଁ ଖୋଲିଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ କୋର୍ଟ ମୁମ୍ବାଇ ପୁଲିସ୍‌କୁ କହିଛନ୍ତି।

ତେବେ ଏହି ରାୟ ପରେ ଓକିଲଙ୍କ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ପକ୍ଷରୁ ତାଙ୍କ ଓକିଲ ସତୀଶ ମାନେସିନ୍ଧେ କହିଛନ୍ତି, ମାନ୍ୟବର ସୁପ୍ରିମକୋର୍ଟ ସବୁ କଥାକୁ ବିଚାର କରି ଓ ମୁମ୍ବାଇ ପୁଲିସ୍‌ର ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରିୟା ଚକ୍ରବର୍ତ୍ତୀ ମଧ୍ୟ ପୂର୍ବରୁ ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଥିଲେ। ତେଣୁ କୋର୍ଟ ସମସ୍ତଙ୍କ କଥାକୁ ବିଚାରକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ନ୍ୟାୟର ସ୍ୱାର୍ଥ ଦୃଷ୍ଟିରୁ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିବା ମଧ୍ୟ କହିଛନ୍ତି।

କୋର୍ଟ ଧାରା ୧୪୨ ଅଧୀନରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ରିୟା ମଧ୍ୟ ସବୁ ପ୍ରକାରର ସହଯୋଗ କରିବେ। ମୁମ୍ବାଇ ପୁଲିସ୍‌କୁ ସେ ଯେମିତି ସହଯୋଗ କରୁଥିଲେ, ଏବେ ସିବିଆଇକୁ ମଧ୍ୟ ସମାନ ଢଙ୍ଗରେ ସହଯୋଗ କରିବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ ରିୟା ତଦନ୍ତରେ ସବୁ ପ୍ରକାରର ସହଯୋଗ କରିଛନ୍ତି।

ସେ ପୂର୍ବରୁ ମଧ୍ୟ ସହଯୋଗ କରିବାକୁ ରାଜି ଥିବା ସମସ୍ତଙ୍କୁ ଜଣାଇ ସାରିଛନ୍ତି। ଯେ କୌଣସି ସଂସ୍ଥା ତଦନ୍ତ କଲେ ମଧ୍ୟ ସତ୍ୟ ସର୍ବଦା ସତ୍ୟ ହୋଇ ରହିବ। ତେଣୁ ଏଥିରେ ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଠକି ପାରିବେନି, ବଦଳିଗଲା ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ନିୟମ

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ସାଂଗଠିନକ ପରିବର୍ତ୍ତନକୁ ନେଇ ବିଜେପିରେ ଅସନ୍ତୋଷ, ଦଳ ଛାଡ଼ିବେ ରାହୁଲ୍!

ମିଡିଆର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କଲା ମୁମ୍ୱାଇ ପୁଲିସ

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

ମିଠା ଦୋକାନୀଙ୍କୁ ଏକ୍ସପାଏରୀ ତାରିଖ କହିବାକୁ ହେବ

ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆାଣିଲେ ନର୍ସ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ