ପୁଣି ଜେରା ହେବେ ରିୟା? ଏବେ ସିବିଆଇର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଜାଣନ୍ତୁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ତାଙ୍କ ଆବେଦନ ଖାରଜ ହୋଇଥିବାରୁ ସିବିଆଇ ଚାହିଁଲେ, ତାଙ୍କୁ ଗିରଫ ମଧ୍ୟ କରିପାରିବ। ଏଥିପାଇଁ ସୁପ୍ରିମକୋର୍ଟ ବାଟ ମଧ୍ୟ ପରିଷ୍କାର କରିଛନ୍ତି। ସିବିଆଇ ପୂର୍ବରୁ ହିଁ ଏହି ମାମଲାରେ ଏଫଆଇଆର ରୁଜୁ କରି ସାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇରର ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏଆଇଟି) ମୁମ୍ବାଇ ଗସ୍ତ […]

dr

dr

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 03:37 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ତାଙ୍କ ଆବେଦନ ଖାରଜ ହୋଇଥିବାରୁ ସିବିଆଇ ଚାହିଁଲେ, ତାଙ୍କୁ ଗିରଫ ମଧ୍ୟ କରିପାରିବ। ଏଥିପାଇଁ ସୁପ୍ରିମକୋର୍ଟ ବାଟ ମଧ୍ୟ ପରିଷ୍କାର କରିଛନ୍ତି।

ସିବିଆଇ ପୂର୍ବରୁ ହିଁ ଏହି ମାମଲାରେ ଏଫଆଇଆର ରୁଜୁ କରି ସାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇରର ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏଆଇଟି) ମୁମ୍ବାଇ ଗସ୍ତ କରିବ। ସିବିଆଇ ମୁମ୍ବାଇ ପୁଲିସ୍‌ ଠାରୁ କେସ ଡାଏରୀ, ସମସ୍ତ ସାକ୍ଷୀଙ୍କ ନାଁ ଓ ସନ୍ଦିଗ୍ଧଙ୍କ ବୟାନରେ ରେକର୍ଡ ହାସଲ କରିବ। ଫରେନସିକ ଓ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆଣିବ।

ସିବିଆଇ ଟିମ ସୁଶାନ୍ତଙ୍କ ସେହି ଫ୍ଲାଟକୁ ଯାଇ ଛାନଭିନ କରିବ ଯେଉଁଠାରେ ଜୁନ୍‌ ୧୪ରେ ସେ ଫାଶୀ ଲଗାଇଥିଲେ। ସେହିପରି କ୍ରାଇମ ସିନ୍‌ ଦେଖିବ ଓ ପୂରା ଘଟଣାକୁ ରିକ୍ରିଏଟ କରିବ। ସୁଶାନ୍ତଙ୍କ ଆତ୍ମହତ୍ୟା ବେଳେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଏହାବାଦ୍‌ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ବାପା ଇନ୍ଦରଜୀତ ଓ ଅନ୍ୟ ମାନଙ୍କୁ ମଧ୍ୟ ଜେରା କରିବ। ଏହାପରେ ସିବିଆଇ କେଉଁମାନଙ୍କୁ ଗିରଫ କରିବ, ତା’ର ନିଷ୍ପତ୍ତି ନେବ।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଟିମ୍‌ ତା’ର ମୁମ୍ବାଇ ୟୁନିଟ ସହ ଯୋଗାଯୋଗରେ ରହିଛି। ସ୍ୱତନ୍ତ୍ର ଟିମ ମୁମ୍ବାଇ ପହଞ୍ଚିବା ପରେ ନୂଆ ପଞ୍ଚନାମା ଦାଖଲ ହେବ। ସେହିପରି ପୁଣି ଥରେ ସର୍ଚ୍ଚ ଅପରେସନ କରାଯିବ। ତଦନ୍ତ ଆରମ୍ଭ କରିବା ପୂର୍ବରୁ ନୂଆ ସ୍ଥାନ ସିବିଆଇ ଖୋଜୁଛି। କାରଣ ମୁମ୍ବାଇରେ ଥିବା ସିବିଆଇ ଅଫିସରୁ ୨୫ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହେବାରୁ ଏହା ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos