କର୍ଣ୍ଣାଟକର ଧନୀ ବିଧାୟକ ତାଲିକାରେ କଂଗ୍ରେସ ଆଗରେ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ୨୨୨ ବିଧାୟକଙ୍କ ସମ୍ପତ୍ତି ତାଲିକାରେ ସବୁଠାରୁ ଉପରେ  କଂଗ୍ରେସର ୩ ଜଣ ବିଧାୟକ ଅଛନ୍ତି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ-ଇଲେକ୍‌ସନ ବେଞ୍ଚର ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁସାରେ ସବୁଠାରୁ ଧନୀ ବିଧାୟକ ହେଉଛନ୍ତି ହୋସକୋଟେରୁ ଜିତିଥିବା ଏନ୍‌ ନାଗାରାଜୁ। ତାଙ୍କ ପାଖରେ ରହିଛି ୧୦୧୫ କୋଟି ଟଙ୍କା ସମ୍ପତ୍ତି। ସେହିପରି ଅନ୍ୟତମ ଧନୀ ବିଧାୟକ ହେଉଛନ୍ତି ୮୪୦ କୋଟି ସମ୍ପତ୍ତି […]

congress-mlas

congress-mlas

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 11:09 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ୨୨୨ ବିଧାୟକଙ୍କ ସମ୍ପତ୍ତି ତାଲିକାରେ ସବୁଠାରୁ ଉପରେ  କଂଗ୍ରେସର ୩ ଜଣ ବିଧାୟକ ଅଛନ୍ତି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ-ଇଲେକ୍‌ସନ ବେଞ୍ଚର ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।

ଏହି ରିପୋର୍ଟ ଅନୁସାରେ ସବୁଠାରୁ ଧନୀ ବିଧାୟକ ହେଉଛନ୍ତି ହୋସକୋଟେରୁ ଜିତିଥିବା ଏନ୍‌ ନାଗାରାଜୁ। ତାଙ୍କ ପାଖରେ ରହିଛି ୧୦୧୫ କୋଟି ଟଙ୍କା ସମ୍ପତ୍ତି। ସେହିପରି ଅନ୍ୟତମ ଧନୀ ବିଧାୟକ ହେଉଛନ୍ତି ୮୪୦ କୋଟି ସମ୍ପତ୍ତି ମାଲିକ ଶିବକୁମାର। ସେ କନକପୁରା ସିଟ୍‌ରୁ ନିର୍ବାଚନ ଜିତିଛନ୍ତି। ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ସୁରେଶ ବିଏସ୍‌। ତାଙ୍କ ପାଖରେ ୪୧୬ କୋଟି ଟଙ୍କା ସମ୍ପତ୍ତି ଥିବା ସେ ନାମାଙ୍କପତ୍ର ସତ୍ୟପାଠରେ ଘୋଷଣା କରିଛନ୍ତି।

ଦଶ ଜଣ ଧନୀ ବିଧାୟକଙ୍କ ତାଲିକା ମଧ୍ୟରୁ କଂଗ୍ରେସର ୭ ବିଧାୟକଙ୍କ ନାଁ ରହିଛି। ତାଲିକା ଅନୁସାରେ ବିଜେପି ବିଧାୟକଙ୍କ ମଧ୍ୟରେ ଉଦୟ ବି ଗରଦାଚରଙ୍କ ନିକଟରେ ସବୁଠାରୁ ଅଧିକ ସମ୍ପତ୍ତି ରହିଛି। ତାଙ୍କ ପାଖରେ ୧୯୬ କୋଟି ସମ୍ପତ୍ତି ରହିଛି। ସେ ଧନୀ ତାଲିକାର ୭ ନମ୍ୱର ସ୍ଥାନରେ ରହିଛନ୍ତି। ସେହିପରି ଜେଡିଏସ୍ ଅଧ୍ୟକ୍ଷ ଏଚଡି କୁମାରସ୍ୱାମୀଙ୍କ ପାଖରେ ୧୬୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ଯାହା ଧନୀ ତାଲିକାର ୧୦ ନମ୍ୱର ସ୍ଥାନରେ ରହିଛନ୍ତି।

ରିପୋର୍ଟ ଅନୁସାରେ କଂଗ୍ରେସର ୧୧ ନୂତନ ବିଧାୟକଙ୍କ ନିକଟରେ ୧୦୦ରୁ ଅଧିକ ସମ୍ପତ୍ତି ରହିଛି। ଶହେ କୋଟିରୁ ଅଧିକ ସମ୍ପତ୍ତି ଥିବା ବିଧାୟକଙ୍କ ଲିଷ୍ଟ ମଧ୍ୟରେ ଜେଡିଏସ୍‌ର ୩ ବିଧାୟକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos