ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ, ପ୍ରାଣ ହରାଇଲେଣି ୯ ହଜାର ଲୋକ

ୱାଶିଂଟନ: ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ପଡ଼ୋଶୀ ଦେଶ ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚି ଗଲାଣି। ବିବାଦୀୟ ନାଗ୍ରୋନୋ-କାରାବାଖକୁ ନେଇ ରବିବାର ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଆରମ୍ଭ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ଦୁଇ ଦେଶ ପରସ୍ପର ମଧ୍ୟରେ ଅନେକ ଥର ଲଢ଼େଇ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ୯ ହଜାର ଲୋକ ପ୍ରାଣ ହରାଇ ସାରିଥିବା […]

fv

fv

Hemant Lenka
  • Published: Friday, 02 October 2020
  • Updated: 02 October 2020, 07:01 PM IST

Sports

Latest News

ୱାଶିଂଟନ: ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ପଡ଼ୋଶୀ ଦେଶ ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚି ଗଲାଣି। ବିବାଦୀୟ ନାଗ୍ରୋନୋ-କାରାବାଖକୁ ନେଇ ରବିବାର ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଆରମ୍ଭ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ଦୁଇ ଦେଶ ପରସ୍ପର ମଧ୍ୟରେ ଅନେକ ଥର ଲଢ଼େଇ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ୯ ହଜାର ଲୋକ ପ୍ରାଣ ହରାଇ ସାରିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଜି ଆଜରବୈଜାନ ପକ୍ଷରୁ ଆର୍ମେନିଆର ସେନାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଏଥିରେ ପ୍ରାୟ ୨୩ ଶହ ସୈନ୍ୟ ପ୍ରାଣ ହରାଇଥିବା କୁହାଯାଉଛି।

ସେହିପରି ଆର୍ମେନିଆର ଏକ ବିମାନକୁ ମଧ୍ୟ ଆଜରବୈଜାନ ମିସାଇଲ ମାଡ଼ କରି ଖସାଇ ଦେଇଛି ଉଭୟ ଦେଶର ଶତାଧିକ ୟୁଏଭି ଓ ଟ୍ୟାଙ୍କ ମଧ୍ୟ ଧ୍ୱଂସ ହୋଇଗଲାଣି। ସ୍ଥିତି ଦିନକୁ ଦିନ ବଢ଼ୁଥିବାରୁ ଜାତିସଂଘ ଉଭୟ ଦେଶକୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛି।

ବିବାଦୀୟ ନାଗ୍ରୋନୋ-କାରାବାଖ ଅଞ୍ଚଳକୁ ଅନ୍ତର୍ଜାତୀୟସ୍ତରରେ ଆଜରବୈଜାନର ଏକ ଅଂଶ ଭାବରେ ବିବେଚନା କରାଯାଇଛି। କିନ୍ତୁ ଆର୍ମେନିଆ ଏହାର ନିୟନ୍ତ୍ରଣ କରୁଛି। ବର୍ତ୍ତମାନ ଆର୍ମେନିଆ ତା’ର ସେନାକୁ ଆଗକୁ ବଢ଼ିବାକୁ କହୁଥିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି।

ଏବେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆଜରବୈଜାନର ରାଷ୍ଟ୍ରପତି ଇଲହାମ ଆଲିଏଭ ଆଶା କରିଥିଲେ ଯେ ବିବାଦୀୟ ଅଞ୍ଚଳକୁ ତାଙ୍କ ଦେଶ ଦଖଲ କରିନେବ। କିନ୍ତୁ ଏବେ ସ୍ଥିତି ଭୟଙ୍କର ହୋଇ ଉଠିଛି। ତଥାପି ଆଜରବୈଜାନ ତୁଳନାରେ ଆର୍ମେନିଆର ଅଧିକ କ୍ଷତି ଘଟିଛି। ତୁର୍କୀ ଓ ପାକିସ୍ତାନ ଭଳି ଦେଶ ମଧ୍ୟ ଅଜରବୈଜାନଙ୍କୁ ସମର୍ଥନ କରୁଛନ୍ତି।

ଯୁଦ୍ଧର କାରଣ କ’ଣ?

୪୪୦- କିମି ବିଶିଷ୍ଟ ନାଗ୍ରୋନୋ-କାରାବାଖ ଅଞ୍ଚଳକୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ନାଗ୍ରୋନୋ-କାରାବାଖ ଅଞ୍ଚଳ ଅନ୍ତର୍ଜାତୀୟ ସ୍ତରରେ ଆଜରବୈଜାନର ଏକ ଅଂଶ। କିନ୍ତୁ ଆର୍ମେନିଆ ଏହାକୁ ନିଜର ବୋଲି ଘୋଷଣା କରିଛି। ୧୯୯୧ରେ ଏହି ଅଞ୍ଚଳର ଲୋକମାନେ ନିଜକୁ ଆଜରବୈଜାନରୁ ସ୍ୱାଧୀନ ନାଗରିକ ବୋଲି ଘୋଷଣା କରିଥିଲେ। ଏଥିସହ ସେମାନେ ନିଜକୁ ଆର୍ମେନିଆର ଅଂଶବିଶେଷ ବୋଲି କହିଥିଲେ। ହେଲେ ଏହାକୁ ଅଜରବୈଜାନ ଅଗ୍ରାହ୍ୟ କରିବା ସହ ଆର୍ମେନିଆ ବିରୋଧରେ ଯୁଦ୍ଧ କରି ଚାଲିଛି। ୧୯୯୦ ମସିହାରେ ଏଠାରେ ନରସଂହାର ହୋଇଥିଲା। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।

ଆର୍ମେନିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଜରବୈଜନ ସେନା ରାଜଧାନୀ ଷ୍ଟେପାନାକର୍ଟର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଆମର ସୁରକ୍ଷା ବାହିନୀ ଦୁଇଟି ହେଲିକପ୍ଟର ଓ ଆଜରବୈଜାନର ତିନୋଟି ଡ୍ରୋନକୁ ଖସାଇ ଦିଆଯାଇଛି। ଏହା ବ୍ୟତୀତ ତିନୋଟି ଟ୍ୟାଙ୍କ ମଧ୍ୟ ଧ୍ୱଂସ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos