ଗଞ୍ଜା ଲଢ଼େଇ ପାଇଁ ବାଜିରେ ଲାଗିଛି ୧୦୦ କୋଟି ଟଙ୍କା !

ବିଶାଖାପଟନମ: ମକର ସଂକ୍ରାନ୍ତି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜା ଲଢ଼େଇ କୌଣସି ପ୍ରକାରର ହୋଇପାରିବ ନାହିଁ। ଏହା ଉପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଇଛନ୍ତି। ଏହା ସତ୍ତ୍ୱେ ମକର ସଂକ୍ରାନ୍ତି ପାଇଁ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗଞ୍ଜା ଲଢ଼େଇ ହୋଇଛି ଏବଂ ଏଥିରେ ଶହଶହ ଲୋକ ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଞ୍ଜା ଲଢ଼େଇ ପାଇଁ ବିଭିନ୍ନ ସ୍ଥାନରେ ଟଙ୍କା ବାଜିରେ ଲଗା ଯାଇଛି। ଗୋଟିଏ […]

fd

fd

Hemant Lenka
  • Published: Thursday, 14 January 2021
  • Updated: 14 January 2021, 11:52 AM IST

Sports

Latest News

ବିଶାଖାପଟନମ: ମକର ସଂକ୍ରାନ୍ତି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜା ଲଢ଼େଇ କୌଣସି ପ୍ରକାରର ହୋଇପାରିବ ନାହିଁ। ଏହା ଉପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଇଛନ୍ତି। ଏହା ସତ୍ତ୍ୱେ ମକର ସଂକ୍ରାନ୍ତି ପାଇଁ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗଞ୍ଜା ଲଢ଼େଇ ହୋଇଛି ଏବଂ ଏଥିରେ ଶହଶହ ଲୋକ ସାମିଲ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଞ୍ଜା ଲଢ଼େଇ ପାଇଁ ବିଭିନ୍ନ ସ୍ଥାନରେ ଟଙ୍କା ବାଜିରେ ଲଗା ଯାଇଛି। ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟ ତମାମ ଏହି ଲଢ଼େଇ ପାଇଁ ବାଜିରେ ପ୍ରାୟ ୧୦୦ କୋଟି ଟଙ୍କା ଲାଗିଛି। ବିଭିନ୍ନ ବ୍ୟକ୍ତିମାନେ ଏହି ଟଙ୍କା ଜୁଆ ଖେଳ ଭଳି ଗଞ୍ଜା ଲଢ଼େଇ ଉପରେ ଲଗାଇଛନ୍ତି।

ଆନ୍ଧ୍ରପ୍ରଦେଶରେ ଗଞ୍ଜା ଲଢ଼େଇ ବେଆଇନ। ସେହିପରି ଚଳିତ ବର୍ଷ କରୋନା କଟକଣା ଯୋଗୁ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। କିନ୍ତୁ ଗୋଦାବରୀ ଓ କ୍ରିଷ୍ଣା ଜିଲ୍ଲାରେ ସବୁଠାରୁ ଅଧିକ ସଂଖ୍ୟାର ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶତାଧିକ ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଧାୟକମାନେ ମଧ୍ୟ ଗଞ୍ଜା ଲଢ଼େଇ କାର୍ଯ୍ୟକୁ ବିଧିବଦ୍ଧ ଭାବେ ଉଦଘାଟନ କରିବାର ଭିଡିଓ ସାମ୍ନାକୁ ଆସିଛି।

ପଶ୍ଚିମ ଗୋଦାବରୀ ଓ ପୂର୍ବ ଗୋଦାବରୀ ଜିଲ୍ଲାରେ ବିଧାୟକ ରାମା ରାଜୁ ଓ ଜଗି ରେଡ୍ଡୀଙ୍କ ଗଞ୍ଜା ଲଢ଼େଇ ଉଦଘାଟନ ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେତେବେଳେ ଗଞ୍ଜାଙ୍କ ଗୋଡ଼ରେ କୌଣସି ଛୁରୀ କିମ୍ବା ଧାରୁଆ ଅସ୍ତ୍ର ବନ୍ଧା ଯାଇ ନଥିଲା।

କିନ୍ତୁ ବିଧାୟକ ଯିବା ପରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତିମାନେ ଗଞ୍ଜାଙ୍କ ଗୋଡ଼ରେ ଛୁରୀ ବାନ୍ଧି ଲଢ଼େଇ ମଇଦାନକୁ ଓହ୍ଲାଇଥିଲେ।

ପୁଲିସ୍‌ ଏଭଳି ବିଭିନ୍ନ ସ୍ଥାନରେ ହେଉଥିବା ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଉପରେ ଚଢ଼ଉ କରି ୨୦ ହଜାର ଛୁରୀ ଜବତ କରିଛି। ଏଥିସହ ଏକାଧିକ ଆୟୋଜକଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos