୨୦୧୯-୨୦ରେ ଛପା ହୋଇନି ୨୦୦୦ ଟଙ୍କିଆ ନୋଟ, କାରଣ କ’ଣ

ମୁମ୍ୱାଇ: ବିମୁଦ୍ରାକରଣ ପରେ ହଜାରେ ଟଙ୍କିଆ ନୋଟ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲା। ତେବେ ୨୦୧୯-୨୦ରେ ଆରବିଆଇ ଗୋଟିଏ ହେଲେ ବି ନୂଆ ୨ ହଜାର ଟଙ୍କିଆ ନୋଟ ଛାପି ନାହିଁ। ଏହାର କାରଣ ଆରବିଆଇ କହି ନଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରକାଶ ପାଇବାରେ ଲାଗିଛି। ସରକାର ଆଗକୁ ୨ ହଜାର ଟଙ୍କିଆ ନୋଟ ବନ୍ଦ କରିବାକୁ ଯାଉଥିବାରୁ ଏଭଳି ବ୍ୟବସ୍ଥା […]

vf

vf

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 07:05 PM IST

Sports

Latest News

ମୁମ୍ୱାଇ: ବିମୁଦ୍ରାକରଣ ପରେ ହଜାରେ ଟଙ୍କିଆ ନୋଟ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲା। ତେବେ ୨୦୧୯-୨୦ରେ ଆରବିଆଇ ଗୋଟିଏ ହେଲେ ବି ନୂଆ ୨ ହଜାର ଟଙ୍କିଆ ନୋଟ ଛାପି ନାହିଁ। ଏହାର କାରଣ ଆରବିଆଇ କହି ନଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରକାଶ ପାଇବାରେ ଲାଗିଛି। ସରକାର ଆଗକୁ ୨ ହଜାର ଟଙ୍କିଆ ନୋଟ ବନ୍ଦ କରିବାକୁ ଯାଉଥିବାରୁ ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି କିଛି ଲୋକ କହିବା ଆରମ୍ଭ କରିଛନ୍ତି। କିନ୍ତୁ ବ୍ୟାଙ୍କ ପକ୍ଷରୁ ଏଯାଏ ଏ ସମ୍ପର୍କରେ କିଛି ବି ତଥ୍ୟ ଦିଆଯାଇ ନାହିଁ।

ଆରବିଆଇର ୨୦୨୦ ବାର୍ଷିକ ରିପୋର୍ଟର ତଥ୍ୟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ହେଲେ ବି ୨ ହଜାର ଟଙ୍କିଆ ନୋଟ ଛପା ହୋଇନାହିଁ। ଏହି ନୋଟର ସର୍କ୍ୟୁଲେସନ ବର୍ଷକୁ ବର୍ଷ କମୁଛି ବୋଲି ଆରବିଆଇ ତା’ର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି।

ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯-୨୦୨୦ ବର୍ଷରେ ୨୭୩୯୮ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ ବଜାରରେ ପ୍ରବେଶ କରିଥିବା ବେଳେ  କରାଯାଇଥିବା ବେଳେ ୨୦୨୮-୧୯ ବର୍ଷରେ ଏହା ୩୨୯୧୦ ଲକ୍ଷ ଖଣ୍ଡ ଥିଲା। ସେହିପରି ୨୦୧୭-୧୮ ବର୍ଷରେ ଏହି ନୋଟ ୩୩୬୩୨ ଲକ୍ଷ ଖଣ୍ଡ ଆରବିଆଇ ଛାପି ବଜାରକୁ ଛାଡ଼ିଥିଲା।

ବର୍ଷକୁ ବର୍ଷ ଏହାର ଛପା ସଂଖ୍ୟା ହ୍ରାସ ପାଉଛି। ୨୦୨୦ ମାର୍ଚ୍ଚ ଶେଷ ବେଳକୁ ସମୁଦାୟ ମୁଦ୍ରିତ ନୋଟର ୨.୪% ୨ ହଜାର ଟଙ୍କିଆ ନୋଟ ଛପା ଯାଇଥିଲା। ୨୦୧୯ ମାର୍ଚ୍ଚ ଶେଷ ବେଳକୁ ଏହା ୩% ଓ ୨୦୧୮ ମାର୍ଚ୍ଚ ଶେଷ ବେଳକୁ ଏହା ୩.୩ ଶତକଡ଼ା ଛପା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos