ବୁଲେଟ୍‌ ଟ୍ରେନ୍‌ ପାଇଁ ୨୪ ହଜାର କୋଟିର ରେକର୍ଡ ଚୁକ୍ତି

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବୁଲେଟ୍‌ ଟ୍ରେନ୍‌ ପାଇଁ ପୁଣିଥରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦି ନ୍ୟାଶନାଲ ହାଇସ୍ପିଡ ରେଲ କର୍ପୋରେସନ( ଏନଏଚଏସଆରସିଏଲ) ଗୁରୁବାର ଅହମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଇନଫ୍ରାଷ୍ଟ୍ରକଚର ମେଜର ଲାରସେନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ସହ ୨୪ ହଜାର କୋଟି ଟଙ୍କାର ଚୁକ୍ତି କରିଛି। ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କରିବାକୁ ଥିବା କମ୍ପାନୀ ମଧ୍ୟ ଗ୍ରାଉଣ୍ଡ ଲେଭଲରେ କାମ ଆରମ୍ଭ କରିବା ପାଇଁ ଲୋକଙ୍କୁ ନିୟୋଜିତ କରିଥିବା କହିଛି। ଗୁଜରାଟରୁ ଏଲଆଣ୍ଡ […]

d

d

Hemant Lenka
  • Published: Friday, 27 November 2020
  • Updated: 27 November 2020, 07:38 AM IST

Sports

Latest News

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବୁଲେଟ୍‌ ଟ୍ରେନ୍‌ ପାଇଁ ପୁଣିଥରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦି ନ୍ୟାଶନାଲ ହାଇସ୍ପିଡ ରେଲ କର୍ପୋରେସନ( ଏନଏଚଏସଆରସିଏଲ) ଗୁରୁବାର ଅହମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଇନଫ୍ରାଷ୍ଟ୍ରକଚର ମେଜର ଲାରସେନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ସହ ୨୪ ହଜାର କୋଟି ଟଙ୍କାର ଚୁକ୍ତି କରିଛି।

ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କରିବାକୁ ଥିବା କମ୍ପାନୀ ମଧ୍ୟ ଗ୍ରାଉଣ୍ଡ ଲେଭଲରେ କାମ ଆରମ୍ଭ କରିବା ପାଇଁ ଲୋକଙ୍କୁ ନିୟୋଜିତ କରିଥିବା କହିଛି। ଗୁଜରାଟରୁ ଏଲଆଣ୍ଡ ଟି ପର୍ଯ୍ୟନ୍ତ ଦୀର୍ଘ ୩୨୫ କିମି କାମର ଦାୟିତ୍ୱ ଏନଏଚଏସଆରସିଏଲ ପାଇଛି। ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଗୁଜରାଟ ଓ ମହାରାଷ୍ଟ୍ରରେ ସ୍ଥାନ ଚିହ୍ନଟ ହୋଇଛି।

ମହାରାଷ୍ଟ୍ର ସରକାର ପ୍ରକଳ୍ପ ପାଇଁ ସ୍ଥାନ ଦେବା ପୂର୍ବରୁ ଗୁଜରାଟ୍‌ରେ ଏହାର କାମ ସାରିବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ସରକାର ଏଯାଏ ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦେଇ ନଥିବା ଜଣାପଡ଼ିଛି। ଏଥିପାଇଁ ଅପେକ୍ଷା କଲେ, ପ୍ରକଳ୍ପ ସରିବାରେ ବିଳମ୍ବ ହେବାର ଆଶଙ୍କା ରହିଛି। ତେଣୁ ଗୁଜରାଟରେ ଏହାର କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ବର୍ତ୍ତମାନ ଅର୍ଥନୀତିକ ଅଭିବୃଦ୍ଧି ନିହାତି ଜରୁରୀ। ଏସବୁ ଭିତରେ ଏଭଳି ଏକ ବିଶାଳ ପ୍ରକଳ୍ପ ପାଇଁ ଅନୁମତି ଦିଆଯିବା ଭଲ କଥା। ଏହି ପ୍ରକଳ୍ପ ଦ୍ୱାରା କେବଳ ଜାପାନିଜ ଟେକ୍ନୋଲଜି ଭାରତ ଆସିବ ନାହିଁ, ବରଂ ଏହାର କରିଡର ଦ୍ୱାରା ସହାରାଞ୍ଚଳର ବିକାଶ ମଧ୍ୟ ହେବ ବୋଲି ଭାରତରେ ଅବସ୍ଥାପିତ ଜାପାନ ଆମ୍ବାସାଡାର ସତୋଶି ସୁଜୁକି କହିଛନ୍ତି।

ରେଳବାଇ ବୋର୍ଡ ସିଇଓ ଏବଂ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ପ୍ରଥମ ବୁଲେଟ୍‌ ଟ୍ରେନ୍‌ର ପ୍ରକଳ୍ପ କାମ ଶେଷ ହେବା ପରେ ସରକାର ଏଭଳି ୭ଟି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପାଇଁ କରିଡର ତିଆରି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos