ମସ୍ତିଷ୍କ ଜ୍ୱର ନେଲାଣି ୧୧୭ ଜୀବନ: ନେତା ଓ ଭିଆଇପିଙ୍କ ଯୋଗୁ ରୋଗୀ ହନ୍ତସନ୍ତ

ପାଟନା: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୧୭ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ ରାଜନେତା ଓ ଭିଭିଆଇପିମାନେ ସମ୍ବେଦନା ଜଣାଇବା ଆଳରେ ନିରୀହ ଶିଶୁଙ୍କ ମୃତ୍ୟୁର ମଜାକ ଉଡ଼ାଇବାରେ ଲାଗିଛନ୍ତି। ଆଜି ରାଜନେତା ଓ ଭିଭିଆଇପିମାନେ ବଡ଼ବଡ଼ ଗାଡ଼ି ଧରି ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଭିଭିଆଇପି ଓ ନେତାମାନଙ୍କ ପାଇଁ ଏତେ ଭିଡ଼ ହୋଇଥିଲା ଯେ ରୋଗୀମାନେ ଠିକ୍‌ ଭାବେ ହସ୍ପିଟାଲ୍‌ରେ ପହଞ୍ଚି ପାରି ନଥିଲେ। […]

wa

wa

Hemant Lenka
  • Published: Thursday, 20 June 2019
  • Updated: 20 June 2019, 05:07 PM IST

Sports

Latest News

ପାଟନା: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୧୭ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ ରାଜନେତା ଓ ଭିଭିଆଇପିମାନେ ସମ୍ବେଦନା ଜଣାଇବା ଆଳରେ ନିରୀହ ଶିଶୁଙ୍କ ମୃତ୍ୟୁର ମଜାକ ଉଡ଼ାଇବାରେ ଲାଗିଛନ୍ତି।

ଆଜି ରାଜନେତା ଓ ଭିଭିଆଇପିମାନେ ବଡ଼ବଡ଼ ଗାଡ଼ି ଧରି ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଭିଭିଆଇପି ଓ ନେତାମାନଙ୍କ ପାଇଁ ଏତେ ଭିଡ଼ ହୋଇଥିଲା ଯେ ରୋଗୀମାନେ ଠିକ୍‌ ଭାବେ ହସ୍ପିଟାଲ୍‌ରେ ପହଞ୍ଚି ପାରି ନଥିଲେ। ରୋଗୀଙ୍କ ବଦଳରେ ପୁଲିସ୍‌ ନେତା ଓ ଭିଭିଆଇପିଙ୍କ ସେବାରେ ଲାଗି ପଡ଼ିଥିଲା। ରୋଗୀମାନଙ୍କ ପାଇଁ ହସ୍ପିଟାଲ୍‌ ଗେଟ୍‌ ମଧ୍ୟ ବନ୍ଦ କରିଦିଆଯାଇଥିଲା।

ଲୋକତାନ୍ତ୍ରିକ ଜନତା ଦଳର ନେତା ଶରତ ଯାଦବ ତାଙ୍କ ସମର୍ଥକଙ୍କ ସହ ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଯାଦବ ସହ ଆଉ ୧୯ଟି ଗାଡ଼ି ହସ୍ପିଟାଲ୍‌ରେ ପହଞ୍ଚିଥିଲା। ହସ୍ପିଟାଲ୍‌ ବାହାରେ ଏତେ ସଂଖ୍ୟକ ଗାଡ଼ି ଯୋଗୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶରତ ଯାଦବ ହସ୍ପିଟାଲ୍‌ରେ ଥିବାରୁ ଅନ୍ୟ ରୋଗୀଙ୍କୁ ଏହା ମଧ୍ୟକୁ ଛଡ଼ା ଯାଇ ନଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଯାଦବଙ୍କ ବ୍ୟତୀତ ଆଜି ଭୋଜପୁରୀ ଅଭିନେତା କେଶରୀ ଲାଲ ଯାଦବ ମଧ୍ୟ ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ରେ ପ୍ରବଳ ଭିଡ଼ ଜମି ଥିଲା। ରୋଗୀଙ୍କ କଥା ଭୁଲି ତାଙ୍କ ସହ ଅନେକ ଲୋକ ସେଲଫି ନେବାକୁ ଉଦ୍ୟମ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ ହସ୍ପିଟାଲ ନୁହେଁ ବରଂ ଫିଲ୍ମ ଶୁଟିଂର ସେଟ୍‌ ଲାଗିଥିବା ଅନୁଭବ ହୋଇଥିଲା।

ଏଯାଏ ମସ୍ତିଷ୍କ ଜ୍ୱର କାହିଁକି ବ୍ୟାପୁଛି, ସେକଥା ସମସ୍ତେ ଭୁଲି ଯାଇଥିଲେ। ବରଂ ସମସ୍ତେ ନେତା ଭିଭିଆଇପିଙ୍କ ସେବାରେ ଲାଗିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story