ଏହି ଟିକା ନେଲେ ଦୁଇ ବର୍ଷ ଯାଏ ହେବନି କରୋନା!

ମସ୍କୋ: କରୋନାକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଟିକା କେତେ ଦିନ ଯାଏ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ, ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଯାଏ ତିଆରି ହୋଇଥିବା କରୋନା ଟିକା ମଧ୍ୟରୁ କେବଳ ରୁଷର ସ୍ପୁଟନିକ-ଭି ହିଁ ଜଣେ ବ୍ୟକ୍ତିଙ୍କ ଶରୀରରେ ୨ ବର୍ଷ ଯାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ। ଏହାର ଅର୍ଥ ୨ ବର୍ଷ ଯାଏ ଏହି ଟିକାର ଦୁଇଟି ଡୋଜ୍‌ ନେଇଥିବା […]

a

a

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 08:20 PM IST

Sports

Latest News

ମସ୍କୋ: କରୋନାକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଟିକା କେତେ ଦିନ ଯାଏ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ, ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଯାଏ ତିଆରି ହୋଇଥିବା କରୋନା ଟିକା ମଧ୍ୟରୁ କେବଳ ରୁଷର ସ୍ପୁଟନିକ-ଭି ହିଁ ଜଣେ ବ୍ୟକ୍ତିଙ୍କ ଶରୀରରେ ୨ ବର୍ଷ ଯାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ।

ଏହାର ଅର୍ଥ ୨ ବର୍ଷ ଯାଏ ଏହି ଟିକାର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କୁ କରୋନା ହେବାର ଯଥେଷ୍ଟ ସମ୍ଭାବନା ନଥିବା ଦି ଗାମାଲେୟା ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁହାଯାଇଛି। ରୁଷର ଏହି ସଂସ୍ଥା ହିଁ ସ୍ପୁଟନିକ-ଭି ଟିକାକୁ ବିକଶିତ କରିଛି। ଏବେ ଏହା କେତେଦିନ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରିବ, ସେ ବିଷୟରେ କମ୍ପାନୀ ପକ୍ଷରୁ ତଥ୍ୟ ଦିଆଯାଇଛି।

କମ୍ପାନୀ କହିଛି ଯେ ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା କରୋନା ଟିକା ନେଲେ ଏହା ୪ରୁ ୫ ମାସ ଯାଏ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ହେଲେ ସ୍ପୁଟନିକ-ଭି ଏହା ତୁଳନାରେ ଦୁଇ ବର୍ଷ ଯାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି।

ଇବୋଲା ପାଇଁ ଯେଉଁ ସବୁ ପଦ୍ଧତି, ପ୍ରକ୍ରିୟା ଓ ବୈଜ୍ଞାନିକ ଉପକରଣ ବ୍ୟବହାର ହୋଇଥିଲା, ପ୍ରାୟ ସମାନ ନିୟମ ବ୍ୟବହାର କରି ସ୍ପୁଟନିକ ଭି ଟିକା ପ୍ରସ୍ତୁତ କରାଯାଇଛି। ତେଣୁ ଏହି ଟିକା ଅତିକମରେ ଦୁଇ ବର୍ଷ ଯାଏ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ସମୟକ୍ରମେ ଏହା ବୃଦ୍ଧି ମଧ୍ୟ ହୋଇପାରେ।

ସେହିପରି ଫାଇଜର ଟିକା କେତେ ଦିନ ଯାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ, ତାହା କହିବା ମୁସ୍କଲି। କିନ୍ତୁ ସାଧାରଣ ଭାବେ ଏଭଳି ଟିକାକୁ ନେଲେ ସର୍ବାଧିକ ୪ରୁ ୫ ମାସ ଯାଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି କମ୍ପାନୀ କହିଛି।

ଅନ୍ୟପକ୍ଷରେ ସ୍ପୁଟନି- ଭିର ମାନବ ପରୀକ୍ଷଣ ଭାରତ ସମେତ ଏକାଧିକ ଦେଶରେ କରାଯାଉଛି। ହେଲେ ରୁଷରେ ଲୋକମାନଙ୍କୁ ଏହି ଟିକା ଦିଆଗଲାଣି। ପରୀକ୍ଷାରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସ୍ପୁଟନିକ ଭି କରୋନାକୁ ମାତ୍ର ଦେବାରେ ୯୧.୪% ସଫଳ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos