କଂଗ୍ରେସ ସହ ପୁଣି ଯୋଡ଼ିହେବେ ସଚିନ, ରଖିଲେ ମୁଖ୍ୟମନ୍ତ୍ରୀ ସର୍ତ୍ତ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବା ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଶେଷରେ ୟୁ-ଟର୍ଣ୍ଣ ନେଇଛନ୍ତି। ଆଜି ସେ ଦିଲ୍ଲୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୨ଥର ସାକ୍ଷାତ କରି ଦଳ ସହ ଭାବ ଯୋଡ଼ିବାବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ନିଜ ସହ ୧୮ରୁ ୨୦ ବିଧାୟକଙ୍କୁ ରଖିଛନ୍ତି। ଏହାବାଦ ଆଉ କିଛି ବିଧାୟକ ତାଙ୍କ ଯୋଗାଯୋଗରେ ରହିଥିବା ସେ ଦାବି କରିଛନ୍ତି। ଏହାକୁ ନେଇ ରାଜସ୍ଥାନରେ ରାଜନୀତିକ ସଙ୍କଟ ଦେଖାଦେଇଛି। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ। ଏହାପୂର୍ବରୁ ସଚିବ ସବୁ ବିବାଦର ସମାଧାନ କରିବାକୁ ଆରମ୍ଭ କରିଛନ୍ତି।

ତେଣୁ ଆଜି ସେ ଦିଲ୍ଲୀରେ ଦଳୀୟ ହାଇକମାଣ୍ଡଙ୍କ ସହ ବୈଠକ କରି ୩ଟି ଦାବି ଉପସ୍ଥାପନ କରିଛନ୍ତି। ପୂର୍ବଭଳି ସଚିନ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା କଂଗ୍ରେସ ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ତାଙ୍କୁ ସର୍ବସମ୍ମୁଖରେ ଭବିଷ୍ୟତରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କଂଗ୍ରେସ ଘୋଷଣା କଲେ, ସେ ପୁଣି ଦଳ ସହ ମିଶି କାର୍ଯ୍ୟ କରିବେ ବୋଲି ସର୍ତ୍ତ ରଖିଛନ୍ତି।

ପୁନଶ୍ଚ ଯଦି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ, ତା’ହେଲେ ସେ ରାହୁଲ ଓ ପ୍ରିୟଙ୍କାଙ୍କ ଆଗରେ ଦ୍ୱିତୀୟ ବିକଳ୍ପ ମଧ୍ୟ ଉପସ୍ଥାପନ କରିଛନ୍ତି। ସଚିନଙ୍କ ଦ୍ୱିତୀୟ ସର୍ତ୍ତ ହେଉଛି, ତାଙ୍କ ସହ ଥିବା ଦୁଇ ବରିଷ୍ଠ ବିଧାୟକଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବ। ସେହିପରି ଅନ୍ୟମାନଙ୍କୁ ରାଜ୍ୟ କ୍ୟାବିନେଟ କିମ୍ବା ବୋର୍ଡ କିମ୍ବା କର୍ପୋରେସନରେ ଥଇଥାନ କରାଯିବ। ସଚିନ ପାଇଲଟଙ୍କୁ କଂଗ୍ରେସ ଦିଲ୍ଲୀରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବ।

ସଚିନଙ୍କ ତୃତୀୟ ସର୍ତ୍ତ କଂଗ୍ରେସ ପାଇଁ ବେଶ ସହଜ ରହିଛି। ଯଦି କଂଗ୍ରେସ ଚାହୁଁଛି ସଚିନ ପୂର୍ବଭଳି ଦଳ ସହ ମିଶି କାର୍ଯ୍ୟ କରୁନ୍ତୁ, ତା’ହେଲେ ନିର୍ବାଚନ ବେଳେ ରାହୁଲ ଗାନ୍ଧି ଦଳର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ଦଳ ପକ୍ଷରୁ ସର୍ବସମ୍ମୁଖରେ ଘୋଷଣା କରାଯାଉ।

ସଚିନଙ୍କ ଏହି ୩ ଦାବି ପରେ ରାହୁଲ ଗାନ୍ଧି ତାଙ୍କୁ କ’ଣ କହିଛନ୍ତି, ସେକଥା ମଧ୍ୟ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ରାହୁଲ ଗାନ୍ଧି ପୂର୍ବଭଳି ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସର ମୁଖ୍ୟ ପଦ ସମ୍ମାନର ସହ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବିଦ୍ରୋହ ଘୋଷଣା କରିବା ପରେଏହି ଦୁଇ ପଦବୀରୁ ସଚିନଙ୍କୁ ବରଖାସ୍ତ କରାଯାଇଥିଲା। ସେହିପରି ସଚିନ ତାଙ୍କ ପଦବୀକୁ ଫେରିବା ପରେ ସରକାର ପରିଚାଳନା କରିବାକୁ ଗୋଟିଏ କମିଟି ଗଠନ କରାଯିବ।

ଉକ୍ତ କମିଟି ହିଁ ସରକାର କେମିତି କାମ କରୁଛନ୍ତି, ତା’ର ତଦାରଖ କରିବ। ରାହୁଲ ଗାନ୍ଧି ଆଲୋଚନା ବେଳେ ସଚିନଙ୍କ ସହ ଥିବା ବିଧାୟକଙ୍କ ସହ କଥା ହେବାକୁ ବି ଆଗ୍ରହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

‘ପରୀକ୍ଷା ଟାଳିବା ଅସମ୍ଭବ’, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ