ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କ ଶେଷରେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ପୁଣିଥରେ କଂଗ୍ରେସ ସହ ମିଶି କାମ କରିବେ।

ଦୀର୍ଘ ଦିନ ହେଲା ଦିଲ୍ଲୀରେ ଥିବା ସଚିନ ପାଇଲଟ ବିବାଦର ସମାଧାନ ପରେ ଜୟପୁର ମଧ୍ୟ ଫେରୁଛନ୍ତି। ଏହାପୂର୍ବରୁ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗେହଲଟ ତାଙ୍କ ପ୍ରତି ପ୍ରୟୋଗ କରିଥିବା ନିକମା ଶବ୍ଦକୁ ଘୋର ବିରୋଧ କରିଛନ୍ତି। ଗେହଲଟ ତାଙ୍କୁ ବିଦ୍ରୋହ ଘୋଷଣା କରିଥିବାରୁ ନିକମା ବୋଲି କହିଥିଲେ। ଏଭଳି ଶବ୍ଦ ଶୁଣି ସେ ଆଘାତ ପାଇଥିବା ସଚିନ କହିଛନ୍ତି।

ସଚିନ କହିଛନ୍ତି, ମୁଁ ସବୁବେଳେ କଂଗ୍ରେସର ଅଂଶ ବିଶେଷ ହୋଇ ରହିଥିଲି। ଏହା ମୋର କମବ୍ୟାକ ନୁହେଁ। ରାଜସ୍ଥାନ ସରକାରଙ୍କ କାର୍ଯ୍ୟକରିବା ଶୈଳୀ ଉପରେ ଆମେ ଗୁରୁତ୍ୱ ଦେଉଥିଲୁ। ମୁଁ ଆଗକୁ ମଧ୍ୟ ସରକାର କେମିତି ଲୋକଙ୍କ ପାଇଁ କାମ କରିବେ, ତା’ର ବ୍ୟବସ୍ଥା କରିବି।

ଗେହଲଟ ତାଙ୍କ ପ୍ରତି ନିକମା ଶବ୍ଦ ପ୍ରୟୋଗ କରିଥିବା ଘଟଣା ଉପରେ ସଚିନ କହିଛନ୍ତି, ମୁଁ ନିଶ୍ଚିତ ଭାବେ ଏଭି ଶବ୍ଦ ଶୁଣି ଆଘାତ ପାଇଥିଲି। କିନ୍ତୁ ଏହାକୁ ମୁଁ ଅଣଦେଖା କରି ଆଗକୁ ବଢ଼ିଛି। ମୁଁ ଏମିତି କିଛି କାମ କରିବାକୁ ଚାହେଁ, ଯାହାକୁ ସମସ୍ତେ ଦେଖିବା ଉଚିତ। ମୁଁ ସବୁବେଳେ ଲୋକଙ୍କ ପାଇଁ, ବିଧାୟକଙ୍କ ସହ ମିଶି କାର୍ଯ୍ୟ କରୁଥିଲି ଓ ଆଗକୁ କରିବି। ଗେହଲଟ ହେଉଛନ୍ତି ମୋ ସିନିୟ। ଆମେ ପୂର୍ବରୁ ମଧ୍ୟ ଏକାଠି କାର୍ଯ୍ୟ କରିଛୁ। ପ୍ରଥମଥର ପାଇଁ ମୁଁ ତାଙ୍କ ସହ କାମ କରୁନାହିଁ।

ମୋ ସହ ଲୋକଙ୍କ ସମର୍ଥନ ରହିଛି। ମୋତେ କେଉଁ ପୋଷ୍ଟ ମିଳୁଛି, ତାହା ବଡ଼ କଥା ନୁହେଁ। ମୁଁ କାହା ଆଗରେ କିଛି ବି ସର୍ତ୍ତ ରଖିନାହିଁ। ଦୀର୍ଘ ଦୁଇ ଦଶନ୍ଧି ହେଲା ଦଳ ମୋତେ ବହୁତ କିଛି ଦେଇଛି। ମୁଁ ରାଜସ୍ଥାନରେ ୬.୫ ବର୍ଷ ହେଲା କାର୍ଯ୍ୟ କରୁଛି। ମୁଁ ବହୁତ ସନ୍ତୁଷ୍ଟ ଓ ମୁଁ ମୋ ଜୀବନରେ ବହୁତ କିଛି ପାଇଛି। ମୁଁ କେବେ ହେଲେ କାହା ପଛରେ ପଡ଼ିନାହିଁ। ଜଣେ ରାଜନୀତିକ କର୍ମୀ ଭାବେ ମୁଁ ବିରୋଧ କରିବାର ଅଧିକାର ରଖିଛି ବୋଲି ସେ କହିଛନ୍ତି। ତେବେ ଏହି ସମୟରେ ମୁଁ କେବେ ହେଲେ ସୀମା ଟପି ନାହିଁ ବୋଲି ସଚିନ କହିଛନ୍ତି।

ଆହୁରି ପଢ଼ନ୍ତୁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ