ମହାମାରୀ କରୋନାରେ ଆକ୍ରାନ୍ତ ହେଲେ ସଚିନ ପାଇଲଟ

ଜୟପୁର: କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ଟୋଙ୍କରୁ ବିଧାୟକ ରହିଥିବା ସଚିନ ବିହାର ନିର୍ବାଚନ ବେଳେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ। ଏହି ସମୟରେ ସେ କରୋନା ଭାଇରସ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି।

ଏ ସମ୍ପର୍କରେ ଟ୍ୱିଟ କରି ସଚିନ କହିଛନ୍ତି, “ମୁଁ କୋଭିଡ ୧୯ରେ ଆକ୍ରାନ୍ତ ହୋଇଛି। ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଦୟାକରି ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ମୁଁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେଉଛି। ଆଶା ମୁଁ ଖୁବଶୀଘ୍ର ସୁସ୍ଥ ହୋଇଯିବି।”

ପାଇଲଟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରିଛନ୍ତି। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ଓ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସଚିନ ଶୀଘ୍ର ଠିକ୍‌ ହୋଇଯାଆନ୍ତୁ ବୋଲି ଟ୍ୱିଟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।