ଗେହଲଟଙ୍କ ବିରୋଧରେ ପାଇଲଟଙ୍କ ନୂଆ ଚାଲ, ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ମାଗିଲେ ସମୟ

ଜୟପୁର: ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବା ଓ କଂଗ୍ରେସ ବିଧାୟକଙ୍କୁ କିଣାବିକା କରିବା ଅଭିଯୋଗରେ ଫସିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୟୁ-ଟର୍ଣ୍ଣ ନେବାର ସଙ୍କେତ ମିଳିଛି। ଗେହଲଟ ସରକାରଙ୍କ ବିରୋଧରେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ସଚିନ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ଖବର ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ପାଇଲଟ […]

yu

yu

Hemant Lenka
  • Published: Monday, 10 August 2020
  • Updated: 10 August 2020, 02:04 PM IST

Sports

Latest News

ଜୟପୁର: ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବା ଓ କଂଗ୍ରେସ ବିଧାୟକଙ୍କୁ କିଣାବିକା କରିବା ଅଭିଯୋଗରେ ଫସିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୟୁ-ଟର୍ଣ୍ଣ ନେବାର ସଙ୍କେତ ମିଳିଛି। ଗେହଲଟ ସରକାରଙ୍କ ବିରୋଧରେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ସଚିନ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ସେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ଖବର ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ପାଇଲଟ ନିଜ ସହ ରଖିଥିବା ପ୍ରାୟ ୧୮ ଜଣ ବିଧାୟକଙ୍କ ସହ ରାହୁଲ ଗାନ୍ଧିଙ୍କୁ ଭେଟିବେ।

ସଚିନ ପାଇଲଟ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ ହେଁ ସେ ଏଯାଏ କୌଣସି ସକାରାତ୍ମକ ଜବାବ ଦେଇ ନଥିବା ଜଣାପଡ଼ିଛି। ରାହୁଲ ଗାନ୍ଧିଙ୍କ ଅଫିସ ତରଫରୁ ସଚିନ ପାଇଲଟଙ୍କୁ ଏଯାଏ ସାକ୍ଷାତକାର ପାଇଁ କୌଣସି ସମୟ ଦିଆଯାଇ ନାହିଁ।

ଅନ୍ୟପକ୍ଷରେ ସଚିନ ପାଇଲଟ କଂଗ୍ରେସ ମହାସଚିନ କେସି ଭେନୁଗୋପାଲଙ୍କ ଯୋଗାଯୋଗରେ ରହିଛନ୍ତି। ତେଣୁ କରି ୧୪ ଅଗଷ୍ଟ ପୂର୍ବରୁ ସଚିନ ପାଇଲଟ ଆଣ୍ଡ କୋ ରାହୁଲ ଗାନ୍ଧିଙ୍କୁ ଭେଟିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ୧୪ ଅଗଷ୍ଟରେ ହିଁ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ। ଏହି ସମୟରେ ଗେହଲଟ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇ ପାରନ୍ତି। ଏହାପୂର୍ବରୁ ହିଁ ସଚିନ ପାଇଲଟ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବାର ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos