ମୁଖ୍ୟମନ୍ତ୍ରୀ ହେବା ଲୋଭରେ ୩ୟ ଥର ପାଇଁ ଏମିତି ବିହ୍ରୋହ କରୁଛନ୍ତି ସଚିନ ପାଇଲଟ!

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା କଂଗ୍ରେସ ଓ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସଚିନ ଦିଲ୍ଲୀରେ ଡେରା ପକାଇ ବସିଥିବା ବେଳେ ରାଜସ୍ଥାନରେ ଘନଘନ ବୈଠକ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ହେବାର ଲୋଭ ରଖିଥିବା ସଚିନ ପାଇଲଟଙ୍କ ଏଭଳି ବିଦ୍ରୋହ ଘୋଷଣା ନୂଆ କଥା ନୁହେଁ। ମାର୍ଚ୍ଚ ମାସରୁ ଇତି ମଧ୍ୟରେ ସଚିନ ପାଇଲଟ ୩ଥର ଏମିତି ବିଦ୍ରୋହ ଘୋଷଣା କରି ରାଜସ୍ଥାନ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାକୁ […]

di

di

Hemant Lenka
  • Published: Monday, 13 July 2020
  • Updated: 13 July 2020, 11:54 AM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା କଂଗ୍ରେସ ଓ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସଚିନ ଦିଲ୍ଲୀରେ ଡେରା ପକାଇ ବସିଥିବା ବେଳେ ରାଜସ୍ଥାନରେ ଘନଘନ ବୈଠକ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ହେବାର ଲୋଭ ରଖିଥିବା ସଚିନ ପାଇଲଟଙ୍କ ଏଭଳି ବିଦ୍ରୋହ ଘୋଷଣା ନୂଆ କଥା ନୁହେଁ।

ମାର୍ଚ୍ଚ ମାସରୁ ଇତି ମଧ୍ୟରେ ସଚିନ ପାଇଲଟ ୩ଥର ଏମିତି ବିଦ୍ରୋହ ଘୋଷଣା କରି ରାଜସ୍ଥାନ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାକୁ ସଚିନ ଏତେମାତ୍ରାରେ ଆଶା ରଖିଛନ୍ତି ଯେ ବିଜେପି ସହ ଯୋଗାଯୋଗ କରିଥିବା ମଧ୍ୟ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

୧-କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୪୨ ବର୍ଷୀୟ ସଚିନ ପାଇଲଟ ବିଜେପିରେ ସାମିଲ ହୋଇ ନପାରନ୍ତି। ହେଲେ ଦଳର ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସେ ବରିଷ୍ଠ ମନ୍ତ୍ରୀ ପଦ ହାସଲ କରିବା ଲକ୍ଷ୍ୟରେ ମଧ୍ୟ ରହିଛନ୍ତି।

୨-କଂଗ୍ରେସ ବିଶ୍ୱାସ ରଖିଛି ଯେ ସଚିନ ପାଇଲଟଙ୍କ ସହ ମାତ୍ର ୧୨ରୁ ୧୩ ଜଣ ବିଧାୟକ ରହିଛନ୍ତି। ହେଲେ ସଚିନ ନିଜେ ୩୦ ଜଣ ବିଧାୟକଙ୍କ ସମର୍ଥନ ନିଜ ସହ ରଖିଥିବା କହିଛନ୍ତି।

୩-ଯଦି ବିଜେପି ଯେମିତି ହେଲେ ବି କଂଗ୍ରେସ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରିବ, ତା’ହେଲେ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବାର ଆଶଙ୍କା ଅଧିକ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

୪- କଂଗ୍ରେସ ପକ୍ଷରୁ ସଚିନ ପାଇଲଟଙ୍କୁ ଯୋଗାଯୋଗ କରି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି। ଏପରି କି ସବୁଦିନ ସଚିନ ପାଇଁ କଂଗ୍ରେସର ଦ୍ୱାର ଖୋଲା ରହିଥିବା ଦଳ ପକ୍ଷରୁ କୁହାଯାଇଛି।

୫-ସୋନିଆ ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ସପ୍ତାହକ ତଳେ ସଚିନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ।

୬-ବିଜେପି ପକ୍ଷରୁ କୁହାଯାଇଛି ଯେ ସଚିନ ପାଇଲଟଙ୍କୁ ଦଳରେ ସାମିଲ କରିବା ପାଇଁ କୌଣସି ସର୍ତ୍ତ ନାହିଁ।

୭-କଂଗ୍ରେସ ଏବେ ସଚିନଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ଗେହଲଟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିବା ଏହି ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos