ପତ୍ନୀଙ୍କ ସହ କାନାଡା ନ ଯାଇ ଚାଷୀଙ୍କ ସେବାରେ ଲାଗିଲେ ସେଲୁନ ମାଲିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ଏହିକ୍ରମରେ ଜଣେ ସେଲୁନ ମାଲିକ ଚାଷୀଙ୍କ ସଂଘର୍ଷକୁ ସମର୍ଥନ କରି ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ଖାଲି ସେତିକି ନୁହେଁ, ସେଲୁନ ମାଲିକ ଜଣଙ୍କ ସିଙ୍ଘୁ ସୀମାରେ Crazy Beauty Salon ଖୋଲିଛନ୍ତି। ଏଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମାଗଣାରେ ଚୁଟି ଠାରୁ ଆରମ୍ଭ କରି ଦାଢ଼ି, ଫେସ […]

fs

fs

Hemant Lenka
  • Published: Saturday, 19 December 2020
  • Updated: 19 December 2020, 07:11 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ଏହିକ୍ରମରେ ଜଣେ ସେଲୁନ ମାଲିକ ଚାଷୀଙ୍କ ସଂଘର୍ଷକୁ ସମର୍ଥନ କରି ସେମାନଙ୍କ ପାଖରେ ପହଞ୍ଚିଛନ୍ତି।

ଖାଲି ସେତିକି ନୁହେଁ, ସେଲୁନ ମାଲିକ ଜଣଙ୍କ ସିଙ୍ଘୁ ସୀମାରେ Crazy Beauty Salon ଖୋଲିଛନ୍ତି। ଏଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମାଗଣାରେ ଚୁଟି ଠାରୁ ଆରମ୍ଭ କରି ଦାଢ଼ି, ଫେସ ମାସାଜ ଭଳି ସୁବିଧା ଯୋଗାଇ ଦିଆଯାଉଛି। Crazy Beauty Salon ନାଁରେ ଲାଗିଥିବା ବ୍ୟାନରରେ ଏହାର ପ୍ରକୃତ ଠିକଣା କୁରୁକ୍ଷେତ୍ରର ପେହ୍ୱା ରହିଛି। କିନ୍ତୁ ଏହାର ମାଲିକ ଏହାକୁ ସିଙ୍ଘୁ ସୀମାକୁ ଉଠାଇ ଆଣି ଚାଷୀଙ୍କ ସେବା ଆରମ୍ଭ କରିଛନ୍ତି।

ଏହି ସେଲୁନିଟି ଜାତୀୟ ରାଜପଥରେ କାର୍ଯ୍ୟକ୍ଷମ ହୋଇଛି ଓ ଏହାର ବିରାଟ ଦର୍ପଣ ଚାଷୀଙ୍କ ଟ୍ରାକ୍ଟର୍‌ରେ ଲଗା ଯାଇଛି। ଚାଷୀଙ୍କ ପାଇଁ ୩ଟି ଚେୟାରର ବ୍ୟବସ୍ଥା ହୋଇଛି ଓ ସେମାନଙ୍କୁ ମାଗଣା ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ସେଲୁନ ମାଲିକ ଲବ ସିଂହ ଠାକୁର ନିକଟରେ ତାଙ୍କ ପତ୍ନୀଙ୍କ ସହ କାନାଡା ଯିବାର ଥିଲା। କିନ୍ତୁ ସେ ଏହି ଟ୍ରିପକୁ ବାତିଲ କରି ଚାଷୀଙ୍କ ସେବାରେ ଲାଗି ପଡ଼ିଛନ୍ତି।

ସେ କହିଛନ୍ତି, “ମୁଁ ମୋ ପତ୍ନୀଙ୍କ ସହ ମିଶି କୁରୁକ୍ଷେତ୍ରରେ ପାର୍ଲର ଚଳାଉଛି। ସେଠାରେ ଅଧିକାଂଶ ଗ୍ରାହକ ହେଉଛନ୍ତି ଚାଷୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆମକୁ କହିଥିଲେ ଯେ ସିଂଙ୍ଘୁ ସୀମାରେ ସେଲୁନ ବ୍ୟବସ୍ଥା ନିହାତି ଜରୁରୀ। ଦୀର୍ଘ ଦିନ ହେଲା ଚାଷୀମାନେ ଏଠାରେ ଆନ୍ଦୋଳନ କରୁଛନ୍ତି।

ଏହାକୁ ସମର୍ଥନ ଜଣାଇ ମୁଁ ମୋର ଟିମ୍‌ ସହ ଏଠାରେ ପହଞ୍ଚିଛି। ଦିନକୁ ଆମେ ୧୦୦ରୁ ୧୫୦ ଲୋକଙ୍କର ଚୁଟି କାଟୁଛୁ। ଆମେ ଏଥିପାଇଁ କୌଣସି ଅର୍ଥ ନେଉନାହୁଁ। ଯଦି ବି କିଏ ଆମକୁ ଅର୍ଥ ଦେଉଛି, ତା’ହେଲେ ଆମେ ଏହାକୁ ରଖୁନାହୁଁ। ଆନ୍ଦୋଳନ ସରିବା ଯାଏ ଆମେ ଏଠାରେ ରହିବୁ ଓ ମାଗଣାରେ ଚାଷୀଙ୍କୁ ସେବା ଯୋଗାଇବୁ।”

ଚାଷୀଙ୍କ ସେବା କରି ଖୁସି ଥିବା ଲବ ସିଂହ ଠାକୁର ଆଜି ସାମାନ୍ୟ ମନଦୁଃଖ କରିଛନ୍ତି। କାରଣ ଆଜି ହେଉଛି ତାଙ୍କ ପତ୍ନୀଙ୍କ ଜନ୍ମଦିନ। ପ୍ରତିବର୍ଷ ସେ ଏହି ଦିନକୁ ତାଙ୍କ ପତ୍ନୀଙ୍କ ସହ ସେଲିବ୍ରେଟ କରନ୍ତି। ହେଲେ ଏଥର ସିଏ ଏହା କରିପାରିନାହାନ୍ତି। ସେ କହିଛନ୍ତି, “ସେଲୁନ ଚଳାଇବାରେ ମୋ ପତ୍ନୀଙ୍କ ଅବଦାନ ରହିଛି।

ଯିଏ ବି କୁରୁକ୍ଷେତ୍ରରେ ଆମ ସେଲୁନଙ୍କୁ ଆସନ୍ତି, ମୋ ପତ୍ନୀ ସେମାନଙ୍କୁ ଚା’ ଦେବା ସହ ସମସ୍ତ କଥା ବୁଝନ୍ତି। ଆଜି ତା’ର ଜନ୍ମ ଦିନରେ ମୁଁ ତା’କୁ ବହୁତ ମିସ୍‌ କରୁଛି। ମୁଁ ଭଲ ଅଛି ଓ ମୋର ଆଶା ସିଏ ବି ତା’ର ଯତ୍ନ ଠିକ ଭାବେ ନେଉଥିବ।”

ପ୍ରତିବର୍ଷ ଲବ ସିଂହ ଠାକୁର ପତ୍ନୀଙ୍କ ଜନ୍ମଦିନରେ ବିଦେଶ ଗସ୍ତ କରନ୍ତି। ଏଥର ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ନେଇ କାନାଡା ଯିବାର ଥିଲା। ହେଲେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଲବ୍‌ ଏହି ଟ୍ରିପ୍‌କୁ ବାତିଲ କରି ସିଙ୍ଘୁ ସୀମାରେ ଆସି ପହଞ୍ଚିଛନ୍ତି।

ଲବଙ୍କ ସେଲୁନରେ ଚୁଟି କାଟିବା ପାଇଁ ଚାଷୀମାନେ ଲମ୍ବା ଲାଇନ କରୁଛନ୍ତି। ବୟସ୍କଙ୍କ ସହ ଛୋଟ ପିଲା ଓ ଯୁବକମାନେ ଲବଙ୍କ ସେବାରେ ବେଶ ଖୁସିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story