ଗ୍ରାହକଙ୍କ ପାଇଁ ଖୁସି ଖବର: ପୁଣି  Galaxy S8 ଏବଂ S8+ର ଦର କମାଇଲା ସାମସଙ୍ଗ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି ଦର କମାଇଲା ସାମସଙ୍ଗ୍। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଫ୍ଲାଗସିପ୍‌ Galaxy S8 ଏବଂ S8+ ଫୋନ୍‌ର ମୂଲ୍ୟ ହ୍ରାସ କରିଛି।  ଭାରତରେ ଏବେ Galaxy S8 ଫୋନ୍‌ର 45,990 ମୂଲ୍ୟରେ ଉପଲବ୍ଧ। ସେହିପରି  Galaxy S8+ର ମୂଲ୍ୟ 51,900 ଟଙ୍କା ହୋଇଯାଇଛି। ଦୁଇ ମାସ ଭିତରେ କମ୍ପାନୀ ଦ୍ୱିତୀୟ ଥର ଲାଗି ଏମିତି ଦର ହ୍ରାସ କରିଛି। ପୂର୍ବରୁ ଏପ୍ରିଲ ମାସରେ Galaxy S8ର […]

galaxy

galaxy

Rakesh Mallick
  • Published: Monday, 14 May 2018
  • Updated: 14 May 2018, 07:06 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି ଦର କମାଇଲା ସାମସଙ୍ଗ୍। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଫ୍ଲାଗସିପ୍‌ Galaxy S8 ଏବଂ S8+ ଫୋନ୍‌ର ମୂଲ୍ୟ ହ୍ରାସ କରିଛି।  ଭାରତରେ ଏବେ Galaxy S8 ଫୋନ୍‌ର 45,990 ମୂଲ୍ୟରେ ଉପଲବ୍ଧ। ସେହିପରି  Galaxy S8+ର ମୂଲ୍ୟ 51,900 ଟଙ୍କା ହୋଇଯାଇଛି। ଦୁଇ ମାସ ଭିତରେ କମ୍ପାନୀ ଦ୍ୱିତୀୟ ଥର ଲାଗି ଏମିତି ଦର ହ୍ରାସ କରିଛି।

ପୂର୍ବରୁ ଏପ୍ରିଲ ମାସରେ Galaxy S8ର ମୂଲ୍ୟ 49,990 ଟଙ୍କା ଏବଂ S8 + ର ମୂଲ୍ୟ 53,990 ଟଙ୍କା ଥିଲା। ସେହିପରି ସାମସଙ୍ଗ ସପ୍‌ରେ S8 Burgundy Red Variantର ମୂଲ୍ୟ 37,990 ଟଙ୍କା ଥିବା ବେଳେ Galaxy S8 + ର ମୂଲ୍ୟ 43,990 ଟଙ୍କା ରହିଛି। ସେହିପରି 128GB variant of the Galaxy S8 +ର ମୂଲ୍ୟ 64,900 ଟଙ୍କା ଥିବା ବେଳେ ଏହା ଉପରେ 10,000ର କ୍ୟାସ୍‌ବ୍ୟାକ୍ ରହିଛି।  ଅର୍ଥାତ ଏହି ମୋବାଇଲ ଏବେ 54,900 ଟଙ୍କାରେ ଉପଲବ୍ଧ। ସୂଚନାଯୋଗ୍ୟ ଯେ, ସାମସଙ୍ଗ୍ Galaxy S8 ଏବଂ S8 + ମୋବାଇଲ ଯଥାକ୍ରମେ 57,900  ଏବଂ 64,700 ଟଙ୍କାରେ ଲଞ୍ଚ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos