୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

ମୁମ୍ବାଇ: ଦୀପିକା ପାଦୁକୋଣଙ୍କ ଭଳି ଆଜି ବଲିଉଡର ଦୁଇ ଅଭିନେତ୍ରୀ ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଏନସିବି ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଉଭୟଙ୍କୁ ମାରାଥନ ଜେରା କରିବା ପରେ ଏନସିବି ଅଧିକାରୀ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ତେବେ ଜେରା ବେଳେ ଏନସିବି ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଡ୍ରଗ୍ସ ଓ ଗଞ୍ଜେଇ ସେବନ ଏମାନେ କରୁଥିଲେ କି ବୋଲି ଏନସିବି ଗୁଡ଼େଇ ତୁଡ଼େଇ ପ୍ରଶ୍ନ […]

h

h

Hemant Lenka
  • Published: Saturday, 26 September 2020
  • Updated: 26 September 2020, 06:45 PM IST

Sports

Latest News

ମୁମ୍ବାଇ: ଦୀପିକା ପାଦୁକୋଣଙ୍କ ଭଳି ଆଜି ବଲିଉଡର ଦୁଇ ଅଭିନେତ୍ରୀ ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଏନସିବି ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଉଭୟଙ୍କୁ ମାରାଥନ ଜେରା କରିବା ପରେ ଏନସିବି ଅଧିକାରୀ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ତେବେ ଜେରା ବେଳେ ଏନସିବି ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

ଡ୍ରଗ୍ସ ଓ ଗଞ୍ଜେଇ ସେବନ ଏମାନେ କରୁଥିଲେ କି ବୋଲି ଏନସିବି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା। ହେଲେ ଉଭୟ ସାରା ଏବଂ ଶ୍ରଦ୍ଧା ଏହାକୁ ଅସ୍ୱୀକାର କରିଛନ୍ତି।

ଏନସିବି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାରା ଅଲୀ ଖାନ ଡ୍ରଗ୍ସ ସେବନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ କେଦାରନାଥ ଫିଲ୍ମ ଶୁଟିଂ ବେଳେ ସେ ସୁଶାନ୍ତ ସିଂହ ରାଜପୁତଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିଲେ। ଏପରି କି ସାରା ଅନେକ ସମୟରେ ସୁଶାନ୍ତଙ୍କ ଫାର୍ମ ହାଉସ ଓ ପାର୍ଟିରେ ମଧ୍ୟ ଯୋଗଦେଇଥିଲେ। ଏଥିସହ ଆହୁରି ଅନେକ ପ୍ରଶ୍ନ ଏନସିବି ଅଧିକାରୀମାନେ ତାଙ୍କୁ ପଚାରି ଥିଲେ।

ଅନ୍ୟପକ୍ଷରେ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ୫ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ସେ ବି ଜେରା ବେଳେ ଡ୍ରଗ୍ସ ସେବନ କଥାକୁ ଅସ୍ୱୀକାର କରିଥିଲେ। ଏହାପୂର୍ବରୁ ଦୀପିକା ପାଦୁକୋଣଙ୍କୁ ମଧ୍ୟ ଏନସିବି ଗେଷ୍ଟ ହାଉସରେ ପ୍ରାୟ ୬ ଘଣ୍ଟା ଜେରା କରାଯାଇଥିଲା। ହେଲେ ଶ୍ରଦ୍ଧା ଓ ସାରାଙ୍କୁ ଏନସିବି ମୁଖ୍ୟାଳୟରେ ପଚରାଉଚରା କରାଯାଇଥିଲା। ଉଭୟଙ୍କୁ ପ୍ରଥମେ ସକାଳ ୧୦.୩୦ରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ହାଜର ହେବା ପାଇଁ ଉଭୟ ସମୟ ଲୋଡ଼ିଥିଲେ। ଶ୍ରଦ୍ଧା ପ୍ରାୟ ୧୧.୪୫ରେ ଏନସିବି ମୁଖ୍ୟାଳୟରେ ପହଞ୍ଚିଥିବା ବେଳେ ସାରା ପ୍ରାୟ ୧ଟା ବେଳେ ହାଜର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos