କଂଗ୍ରେସ ଦଳର ସରପଞ୍ଚଙ୍କୁ ଗୁଳି କରିଦେଲେ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଜଣେ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଅଜୟ ପଣ୍ଡିତ ଭାରତୀ। ସେ ଲରକିପୋରା ଅଞ୍ଚଳରେ ଥିବା ଲୁକବାୱାନ ଗାଁର ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଟ୍ୱିଟର ଆକାଉଣ୍ଟରୁ ଝିଅ ଇଲତିଜା ମୁଫତି ଟ୍ୱିଟ କରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେହିପରି ଏକାଧିକ ରାଜନୀତିକ ଦଳର ନେତମାନେ ମଧ୍ୟ ଅଜୟଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି।

ତେବେ ଅଜୟ ଘରେ ଥିବା ବେଳେ କେମିତି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କଲେ, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।