ମହଙ୍ଗା ପଡିଲା ଡିଏମ୍‌କେ ସାଂସଦଙ୍କୁ ଚାପୁଡ଼ା ମାରିବା : ଶଶିକଳାଙ୍କୁ ଦଳରୁ ବହିଷ୍କାର କଲେ ଜୟଲଳିତା

ନୂଆଦିଲ୍ଲୀ: ତିନି ଦିନ ତଳେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କୁ ଚାପୁଡ଼ା ମାରିଥିବା ରାଜ୍ୟସଭା ସାଂସଦ ଶଶିକଳା ପୁଷ୍ପାଙ୍କୁ ଏଆଇଡିଏମ୍‌କେ ସୁପ୍ରିମୋ ଜୟଲଳିତା ଦଳରୁ ବହିଷ୍କାର କରିଛନ୍ତି। ଶଶିକଳା ଦଳର ଛବି ଖରାପ କରୁଥିବାରୁ ତାଙ୍କୁ ବହିଷ୍କାର  କରାଯାଇଥିବା ଜୟଲଳିତା କହିଛନ୍ତି। ସୋମବାର ଶଶିକଳା ଏହି ଘଟଣା ରାଜ୍ୟସଭାରେ ଉଠାଇଛନ୍ତି। ଶଶିକଳା କହିଛନ୍ତି, “ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ  ସମ୍ୱିଧାନିକ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି। […]

sashikala

sashikala

Rakesh Mallick
  • Published: Monday, 01 August 2016
  • Updated: 01 August 2016, 03:08 PM IST

Sports

Latest News

ନୂଆଦିଲ୍ଲୀ: ତିନି ଦିନ ତଳେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କୁ ଚାପୁଡ଼ା ମାରିଥିବା ରାଜ୍ୟସଭା ସାଂସଦ ଶଶିକଳା ପୁଷ୍ପାଙ୍କୁ ଏଆଇଡିଏମ୍‌କେ ସୁପ୍ରିମୋ ଜୟଲଳିତା ଦଳରୁ ବହିଷ୍କାର କରିଛନ୍ତି। ଶଶିକଳା ଦଳର ଛବି ଖରାପ କରୁଥିବାରୁ ତାଙ୍କୁ ବହିଷ୍କାର  କରାଯାଇଥିବା ଜୟଲଳିତା କହିଛନ୍ତି।

ସୋମବାର ଶଶିକଳା ଏହି ଘଟଣା ରାଜ୍ୟସଭାରେ ଉଠାଇଛନ୍ତି। ଶଶିକଳା କହିଛନ୍ତି, “ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ  ସମ୍ୱିଧାନିକ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି। କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ।”

ଗତ ଶୁକ୍ରବାର ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କୁ ସମସ୍ତଙ୍କ ସାମ୍ନାରେ ଶଶିକଳା ୪ ଚାପୁଡ଼ା ମାରିଥିଲେ। ଡିଏମକେ ସାଂସଦ ଜୟଲଳିତାଙ୍କ ବିରୋଧରେ ଦେଇଥିବା କିଛି ମନ୍ତବ୍ୟକୁ ନେଇ ଶଶିକଳା ତାଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି।

ଉଭୟ ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ୍‌-୩ରେ ଏହି ମାଡପିଟ୍‌ ହୋଇଥିଲା। ବିମାନବନ୍ଦରରେ ଉପସ୍ଥିତ ଥିବା ସିଆଇଏସ୍‌ଏଫ୍‌ ଯବାନ ଉଭୟଙ୍କୁ ଅଲଗା କରିଥିଲେ। ଏହି ଦୁଇ ସାଂସଦ ଗୋଟିଏ ବିମାନରେ ଚେନ୍ନାଇ ଯିବାର ଥିଲା। ତେବେ ଘଟଣା ପରେ ଉଭୟ ନିଜ ଘରକୁ ଫେରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos