ସାଉଦି ଆରବକୁ ଭାରତ ସହ ଏହି ୨୦ ରାଷ୍ଟ୍ରର ବିମାନ ମନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପୁଣିଥରେ ସାଉଦି ଆରବରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ହ୍ରାସ କରିବାକୁ ସାଉଦି ଆରବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ଭାରତ ଓ ଆମେରିକା ସମେତ ୨୦ଟି ରାଷ୍ଟ୍ର ସହ ବିମାନ ସମ୍ପର୍କଚ୍ଛିନ୍ନ କରାଯାଇଛି। ଏହି ସବୁ ଦେଶଗୁଡ଼ିକରୁ ଆଜି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ବିମାନ ସାଉଦିରେ ପ୍ରବେଶ କରିପାରିବ ନାହିଁ। ତାଲିକାରେ […]

fc

fc

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 05:53 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପୁଣିଥରେ ସାଉଦି ଆରବରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ହ୍ରାସ କରିବାକୁ ସାଉଦି ଆରବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ଭାରତ ଓ ଆମେରିକା ସମେତ ୨୦ଟି ରାଷ୍ଟ୍ର ସହ ବିମାନ ସମ୍ପର୍କଚ୍ଛିନ୍ନ କରାଯାଇଛି।

ଏହି ସବୁ ଦେଶଗୁଡ଼ିକରୁ ଆଜି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ବିମାନ ସାଉଦିରେ ପ୍ରବେଶ କରିପାରିବ ନାହିଁ। ତାଲିକାରେ ଥିବା ୨୦ ଦେଶ ମଧ୍ୟରେ ଭାରତ ଓ ଆମେରିକା ବ୍ୟତୀତ ପାକିସ୍ତାନ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ୱଡେନ, ଜର୍ମାନୀ, ଆୟର୍ଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଓ ଜାପାନ ମଧ୍ୟ ରହିଛନ୍ତି।

ଏହି ସବୁ ଦେଶରୁ ଯାତ୍ରୀମାନଙ୍କ ପାଇଁ ବିମାନ ସେବା ବନ୍ଦ କରାଯାଇଥିଲେ ହେଁ କୂଟନୀତିଜ୍ଞ, ସାଉଦି ନାଗରିକ, ସ୍ୱାସ୍ଥ୍ୟକର୍ମୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ନିୟମ ଲାଗୁ ହେବନାହିଁ। ସେମାନେ ଅନାୟଶରେ ସାଉଦି ଆରବକୁ ଯାଇ ପାରିବେ।

ବର୍ତ୍ତମାନ ସୁଦ୍ଧା ସାଉଦିରେ ୩,୬୮,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬,୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାର ଦୈନିକ ସଂକ୍ରମଣ ଜୁନ୍‌ରେ ୫ ହଜାର ଥିବା ବେଳେ ଜାନୁଆରୀ ବେଳକୁ ଏହା ୧୦୦କୁ ଖସି ଆସିଥିଲା।

ତେବେ ମଙ୍ଗଳବାର ଦୈନିକ ସଂକ୍ରମଣ ୩୦୦ ପାର କରିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଅନ୍ୟପକ୍ଷରେ ସାଉଦି ସରକାର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏବେ ଦେଶବାସୀଙ୍କୁ ଫାଇଜର-ବାୟୋନଟେକ୍‌ ପ୍ରସ୍ତୁତ କରୋନା ଟିକାର ଡୋଜ୍‌ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos