ସାବଧାନ! ମିନିମମ୍‌ ବାଲାନ୍ସ ନ ଥିଲେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ, କେତେ ବନ୍ଦ ହେଲାଣି ଜାଣନ୍ତୁ

ମୁମ୍ବାଇ: ଗ୍ରାହକଙ୍କୁ ଭିନ୍ନ ଭିନ୍ନ ତରିକାରେ ଲୁଟ୍‌। ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କୁ ଝଟକା। ବ୍ୟାଙ୍କ ୪୧ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଛି। ସୂଚନା ଅନୂଯାୟୀ ଏହି ଆକାଉଣ୍ଟ ଗୁଡ଼ିକ ନ୍ୟୁନତମ ବାଲାନ୍ସ ମେଣ୍ଟେନ ନ କରିବାରୁ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ଏହି ଆକାଉଣ୍ଟ ଗୁଡ଼ିକ ୨୦୧୭ ଏପ୍ରିଲରୁ ୨୦୧୮ ଜାନୁୟାରୀ ଭିତରେ ବନ୍ଦ କରାଯାଇଛି। ଏହି ସୂଚନା ଏକ ଆରଟିଆଇ ବଳରେ ମିଳିଛି।  ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ମିନିମମ ବାଲାନ୍ସ ସମ୍ପର୍କରେ […]

SBI

SBI

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 05:34 PM IST

Sports

Latest News

ମୁମ୍ବାଇ: ଗ୍ରାହକଙ୍କୁ ଭିନ୍ନ ଭିନ୍ନ ତରିକାରେ ଲୁଟ୍‌। ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କୁ ଝଟକା। ବ୍ୟାଙ୍କ ୪୧ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଛି। ସୂଚନା ଅନୂଯାୟୀ ଏହି ଆକାଉଣ୍ଟ ଗୁଡ଼ିକ ନ୍ୟୁନତମ ବାଲାନ୍ସ ମେଣ୍ଟେନ ନ କରିବାରୁ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ଏହି ଆକାଉଣ୍ଟ ଗୁଡ଼ିକ ୨୦୧୭ ଏପ୍ରିଲରୁ ୨୦୧୮ ଜାନୁୟାରୀ ଭିତରେ ବନ୍ଦ କରାଯାଇଛି।

ଏହି ସୂଚନା ଏକ ଆରଟିଆଇ ବଳରେ ମିଳିଛି।  ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ମିନିମମ ବାଲାନ୍ସ ସମ୍ପର୍କରେ ଆରଟିଆଇରେ ତଥ୍ୟ ମାଗି ଥିବା ବେଳେ ଉପେରାକ୍ତ ତଥ୍ୟ ସାମ୍ନାକୁ ଆସିଛି। ମିନିମମ ବାଲାନ୍ସ ନ ଥିବାରୁ ବ୍ୟାଙ୍କ ୪୧.୧୬ ଲକ୍ଷ ଆକାଉଣ୍ଟ ବନ୍ଦ କରିଦେଇଥିବା ଜଣାପଡ଼ିଛି।  ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବ୍ୟାଙ୍କକୁ ୨୦୧୭ ମସିହା ଏପ୍ରିଲ ରୁ ନଭେମ୍ବର ମାସ ଭିତରେ ନ୍ୟୁନତମ ବାଲାନ୍ସ ପେନାଲ୍ଟି ଆକାରରେ ୧,୭୭୧.୬୭ କୋଟି ଟଙ୍କାର ଲାଭ ମିଳିଛି। ଏଠାରେ ଜଣେଇବାକୁ ଚାହୁଁ ଯେ, ବ୍ୟାଙ୍କ ଗତ ମାର୍ଚ୍ଚ ୧୩ ତାରିଖରେ ପୂର୍ବ ନ୍ୟୁନତମ ବାଲାନ୍ସ ଚାର୍ଜରେ ୭୫ ପ୍ରତିଶତ କମ୍ କରିଦେଇଛି। ଆସନ୍ତୁ ଜାଣିବା ନୂଆ ଜରିମାନା କେଉଁ ସହର ପାଇଁ କେମିତି ଅଛି କେତେ।

ମେଟ୍ରୋ ସିଟି ବ୍ରାଞ୍ଚ (ମାସିକ ହାରାହାରି ବାଲାନ୍ସ ୩୦୦୦ ଟଙ୍କା)ନୂଆ ଜରିମାନାପୂରୁଣା ଜରିମାନା
୫୦% ବାଲାନ୍ସ କମ୍‌ ରହିଲେ୧୦ ଟଙ୍କା୩୦ ଟଙ୍କା
୫୦%ରୁ ଅଧିକ ଓ ୭୫% ବାଲାନ୍ସ କମ୍ ରହିଲେ୧୨ ଟଙ୍କା୪୦ ଟଙ୍କା
୭୫% ରୁ ଅଧିକ ବାଲାନ୍ସ କମ୍‌ ରହିଲେ୧୫ ଟଙ୍କା୫୦ ଟଙ୍କା
ସହରି ବ୍ରାଞ୍ଚ (ମାସିକ ହାରାହାରି ବାଲାନ୍ସ ୨୦୦୦ ଟଙ୍କା)
୫୦% ବାଲାନ୍ସ କମ୍‌ ରହିଲେ୭.୫ ଟଙ୍କା୨୦ ଟଙ୍କା
୫୦%ରୁ ଅଧିକ ଓ ୭୫% ବାଲାନ୍ସ କମ୍ ରହିଲେ୧୦ ଟଙ୍କା୩୦ ଟଙ୍କା
୭୫% ରୁ ଅଧିକ ବାଲାନ୍ସ କମ୍‌ ରହିଲେ୧୨ ଟଙ୍କା୪୦ ଟଙ୍କା
ଗ୍ରାମୀଣ ବ୍ରାଞ୍ଚ (ମାସିକ ହାରାହାରି ବାଲାନ୍ସ ୧୦୦୦ ଟଙ୍କା)
୫୦% ବାଲାନ୍ସ କମ୍‌ ରହିଲେ୫ ଟଙ୍କା୨୦ ଟଙ୍କା
୫୦%ରୁ ଅଧିକ ଓ ୭୫% ରୁ ବାଲାନ୍ସ କମ୍ ରହିଲେ୭.୫ ଟଙ୍କା୩୦ ଟଙ୍କା
୭୫% ରୁ ଅଧିକ ବାଲାନ୍ସ କମ୍‌ ରହିଲେ୧୦ ଟଙ୍କା୪୦ ଟଙ୍କା

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos