ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଜାରି ଲକଡାଉନ ଯୋଗୁ ଯେଉଁ ଲୋକଙ୍କ ବିମାନ ଟିକେଟ ବାତିଲ ହୋଇଥିଲା ସେମାନଙ୍କୁ ବଡ଼ ଆଶ୍ୱସ୍ତ ମିଳିଛି। ଡିଜିସିଏ ପକ୍ଷରୁ ଯାତ୍ରୀଙ୍କୁ ଆଶ୍ୱସ୍ତୀ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଟିକେଟ ବୁକିଂ କରିଥିଲେ ମଧ୍ୟ ବିମାନ ଯାତ୍ରା କରି ପାରି ନଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଡିଜିସିଏର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ଯାତ୍ରୀଙ୍କ ପାଇଁ କ୍ରେଡିଟ୍‌ ଶେଲ ସ୍କିମ ମଧ୍ୟ ଘୋଷଣା […]

vc

vc

Hemant Lenka
  • Published: Thursday, 01 October 2020
  • Updated: 01 October 2020, 04:34 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଜାରି ଲକଡାଉନ ଯୋଗୁ ଯେଉଁ ଲୋକଙ୍କ ବିମାନ ଟିକେଟ ବାତିଲ ହୋଇଥିଲା ସେମାନଙ୍କୁ ବଡ଼ ଆଶ୍ୱସ୍ତ ମିଳିଛି। ଡିଜିସିଏ ପକ୍ଷରୁ ଯାତ୍ରୀଙ୍କୁ ଆଶ୍ୱସ୍ତୀ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଟିକେଟ ବୁକିଂ କରିଥିଲେ ମଧ୍ୟ ବିମାନ ଯାତ୍ରା କରି ପାରି ନଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା।

ଡିଜିସିଏର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ଯାତ୍ରୀଙ୍କ ପାଇଁ କ୍ରେଡିଟ୍‌ ଶେଲ ସ୍କିମ ମଧ୍ୟ ଘୋଷଣା କରାଯାଇଛି। ଏହା ମାର୍ଚ୍ଚ ୩୧ ଯାଏ ଲାଗୁ ହେବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି କୌଣସି ଯାତ୍ରୀ ଏଜେଣ୍ଟଙ୍କ ଦ୍ୱାରା ଟିକେଟ କିଣିଥିବେ, ତା’ହେଲେ ଟିକେଟ ବାବଦ ଟଙ୍କା ଏଜେଣ୍ଟ ଦ୍ୱାରା ହିଁ ଫେରସ୍ତ ହେବ। ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ କୋର୍ଟ କହିଛନ୍ତି।

ଯଦି କୌଣସି ଯାତ୍ରୀ ଲକଡାଉନ ସମୟରେ ଅର୍ଥାତ ମାର୍ଚ୍ଚ ୨୫ରୁ ମେ’ ୨୫ ମଧ୍ୟରେ ବିମାନ ଟିକେଟ ବୁକିଂ କରିଥିଲେ ଓ ଲକଡାଉନ ଯୋଗୁ ସେମାନେ ଏହାକୁ ବାତିଲ କରିଛନ୍ତି, ତା’ହେଲେ ସେମାନଙ୍କୁ ବି ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ କରାଯିବ। ଟିକେଟ ବାତିଲ କରିବାର ୩ ସପ୍ତାହ ମଧ୍ୟରେ ହିଁ ଏହି ଟଙ୍କା ଫେରସ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos